ଓଡିଶା

odisha

ETV Bharat / bharat

କୋଟି କୋଟି ଟଙ୍କା ଦୁର୍ନୀତିରେ ସଂପୃକ୍ତ ଛତିଶଗଡ ADG, ଘରୁ ଗାଏବ ସିସିଟିଭି ଡିଭିଆର

ଦୁର୍ନୀତିର ମାଷ୍ଟର ପାଲଟିଲେ ଛତିଶଗଡ ସରକାରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADG)। ବରିଷ୍ଠ ଆଇପିଏସ ଅଫିସର ଜିପି ସିଂହ କୋଟି କୋଟି ଟଙ୍କାର ଅବୈଧ କାରବାର ସଂପୃକ୍ତ ରହିଥିବା ନେଇ ଖୁଲାସା କରିଛି ଛତିଶଗଡ ଆଣ୍ଟି କରୋପସନ ୟୁନିଟ (ACB) ଓ ଅର୍ଥନୈତିକ ଅପରାଧିକ ଶାଖା (EOW) । ଅଧିକ ପଢନ୍ତୁ...

ADG
କୋଟି କୋଟି ଟଙ୍କାର ଦୁର୍ନୀତିରେ ସଂପୃକ୍ତ ଛତିଶଗଡ ADG

By

Published : Jul 3, 2021, 9:08 PM IST

ରାୟପୁର: ଛତିଶଗଡ ପୋଲିସର ବହୁତ ବଡ ଖୁଲାସା । ଦୁର୍ନୀତିର ମାଷ୍ଟର ପାଲଟିଲେ ଛତିଶଗଡ ସରକାରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADG) । ବରିଷ୍ଠ ଆଇପିଏସ ଅଫିସର ଜିପି ସିଂହ କୋଟି କୋଟି ଟଙ୍କାର ଅବୈଧ କାରବାର ସଂପୃକ୍ତ ରହିଥିବା ନେଇ ଖୁଲାସା କରିଛି ଛତିଶଗଡ ଆଣ୍ଟି କର୍ପୋରେସନ ୟୁନିଟ (ACB) ଓ ଅର୍ଥନୈତିକ ଅପରାଧିକ ଶାଖା (EOW) । ବାସଭବନରେ ଲାଗିଥିବା ସିସିଟିଭି ଡିଭିଆର ହଜିଯାଇଥିବା ତଥ୍ୟ ସାମନାକୁ ଆସିଛି ।

ଛତିଶଗଡ ସରକାର ବରିଷ୍ଠ ଆଇପିଏସ ଅଫିସରଙ୍କ କଳା କାରନାମା ସାମନାକୁ ଆସିଛି । ଆଇପିଏସ ଅଫିସର ଜିପି ସିଂହ ତଥା ଗୁରୁଜିନ୍ଦର ପାଲ ସିଂହ ବିରୋଧରେ ବିଭିନ୍ନ ଦୁର୍ନିୀତି ମାମଲାରେ ସଂପୃକ୍ତ ନେଇ ଅଭିଯୋଗ ହୋଇଥିଲା । ସେ ଅର୍ଥନୈତିକ ଅପରାଧିକ ଶାଖା(EOW) ର ମୁଖ୍ୟ ଥିବା ସମୟରେ ଧମକାଇବା ଏବଂ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲ । ପ୍ରାଥମିକ ଯାଞ୍ଚ ଅନୁସାରେ ତାଙ୍କ ବିରୋଧରେ ପ୍ରମାଣ ଓ ତଥ୍ୟ ଅଧାରରେ ମାମଲା ରୁଜୁ କରାଯାଇଥିଲା । ଏହା ପରେ ଛତିଶଗଡ EOW ଓ ACB ଖୋଳତାଡ ଆରମ୍ଭ କରିଥିଲା । 5 କୋଟିରୁ ଅଧିକ ଟଙ୍କା ଅବୈଧ ଭାବରେ କାରବାର ହୋଇଥିବା ଜଣାପଡିଥିଲା। ଏହା ସହ ଗତ ଜୁଲାଇ 1 ତାରିଖରେ ଆଇପିଏସଙ୍କ ବାସଭବନ ସମେତ ଏକାସାଙ୍ଗରେ 10 ଟି ସ୍ଥାନରେ ଚଢାଉ କରିଥିଲା EOW ଓ ACB । ତାଙ୍କ ନାମରେ ସମ୍ପତ୍ତି ରାୟପୁର, ଭିଲାଇ, ରାଜନନ୍ଦଗାଁ ସମେତ ଓଡିଶାରେ ବିପୁଳ ପରିମାଣରେ ବେନାମି ସମ୍ପତି ରହିଥିବା ଜଣାପଡିଛି । ସେପଟେ ତାଙ୍କ ବାସଭବନରେ ଲାଗିଥିବା ସିସିଟିଭି ଡିବିଆର ହଜିଯାଇଥିବା ତଥ୍ୟ ସାମନାକୁ ଆସିଛି ।

ସୂଚନାଥାଉକି 1994 ବ୍ୟାଚର ଆଇପିଏସ ଅଫିସର ଗୁରୁଜିନ୍ଦର ପାଲ ସିଂହ ଛତିଶଗଡର ବିଭିନ୍ନ ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହ ସେ ବିଳାସପୁର, ଦୁର୍ଗ, ରାୟପୁର ଓ ଜିଲାର ଆଇଜିପି ଭାବରେ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ରାଜ୍ୟ ଅର୍ଥନୈତିକ ଅପରାଧର ଶାଖା ସହ ଆଣ୍ଟି କୋରପସନ ୟୁନିଟର ମୁଖ୍ୟ ଭାବରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details