ଅମରାବତୀ: ଆନ୍ଧ୍ରପ୍ରଦେଶରେ ଟ୍ରେନ ଦୁର୍ଘଟଣା । ନିୟମ ଭାଙ୍ଗି ବୋଲେରୋଟି ଟ୍ରାକ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ । ଦୁରନ୍ତ ଏକ୍ସପ୍ରେସ ଦୁର୍ଘଟଣା ହୋଇଥିବା ସୂଚନା । ଆନ୍ଧ୍ରପ୍ରଦେଶ ଏଲୁରୁ ଜିଲ୍ଲାର ଭୁମାଡୋଲୁ ନିକଟରେ ଏକ ଏସୟୁଭିକୁ ଧକ୍କା ଦେଇଥିବା ସୂଚନା ରହିଛି । ଟ୍ରେନଟି ସିକନ୍ଦରାବାଦରୁ ବିଶାଖାପାଟଣା ଆସୁଥିବା ବେଳେ ଭୋଟ ୩ଟା ବେଳେ ଏହି ଦୁର୍ଘଟଣା ହୋଇଛି । କାରଟି ରେଲଓ୍ବେ ଟ୍ରାକ ପାର ହେଉଥିବା ବେଳେ ଦ୍ରୁତ ବେଗରେ ଆସି ଦୁରନ୍ତ ଟ୍ରେନ ଧକ୍କା ଦେଇଥିଲେ । ତେବେ ବୋଲେରୋ ଗାଡି ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବରପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସରକାରୀ ସୁତ୍ରରୁ ପ୍ରକାଶ ପାଇଛି ଯେ, ଦୁରନ୍ତ ଟ୍ରେନଟି ଆସୁଥିବା ବେଳେ ଭୁମାଡୋଲୁ ନିକଟରେ ଲେବୁଲ କ୍ରସିଂର ଗେଟ ପଡିଥିଲା । ଏହି ସମୟରେ ଏସୟୁଭି କାର ନିୟମ ଭାଙ୍ଗି ପାର ହେଉଥିବା ବେଳେ ଟ୍ରାକରେ ଫସିଯାଇଥିଲା କାର । ଫଳରେ ଆସୁଥିବା ଦୁରନ୍ତ ଏକ୍ସପ୍ରେସ କାରଟିକୁ ଧକ୍କା ଦେଇ ୧୦୦ ମିଟର ପରେ ଅଟକି ଥିଲା । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ," ଯେତେବେଳେ ଟ୍ରାକରେ ଟ୍ରେନଟି ଫସିଯାଇଥିଲା, କାରରେ ଥିବା ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଆଗରୁ ଟ୍ରେନ ଆସୁଥିବା ଦେଖି କାର ଛାଡି ଦୌଡି ପଳାଇଥିଲେ । ତେବେ ଦୁରନ୍ତ ଏକ୍ସପ୍ରେସ କାରରୁ ଧକ୍କା ଦେବା ପରେ ୧୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇଯାଇଥିଲା । ତେବେ ଟ୍ରେନ ଧକ୍କା ଦେବା ପରେ କାରଟି ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ଦେଖାଦେଇଛି । "