ଓଡିଶା

odisha

ETV Bharat / bharat

ଦିନିକିଆ ପୁଡୁଚେରୀ ଗସ୍ତରେ ନଡ୍ଡା, ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀଙ୍କୁ କଲେ ଟାର୍ଗେଟ - ଭି ନାରାୟଣ ସ୍ବାମୀଙ୍କୁ ନଡ୍ଡାଙ୍କ ଟାର୍ଗେଟ

ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଦିନିକିଆ ପୁଡୁଚେରି ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ....

ଦିନିକିଆ ପୁଡୁଚେରୀ ଗସ୍ତରେ ନଡ୍ଡା, ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀଙ୍କୁ କଲେ ଟାର୍ଗେଟ
ଦିନିକିଆ ପୁଡୁଚେରୀ ଗସ୍ତରେ ନଡ୍ଡା, ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀଙ୍କୁ କଲେ ଟାର୍ଗେଟ

By

Published : Jan 31, 2021, 7:15 PM IST

ପୁଡୁଚେରୀ: ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଦିନିକିଆ ପୁଡୁଚେରି ଗସ୍ତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀଙ୍କୁ ଟାର୍ଗେଟ କରିଛନ୍ତି ।ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ନଡ୍ଡା ନାରାୟଣ ସ୍ବାମୀଙ୍କୁ ଏହି ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସ୍ବାମୀ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ବେଳେ ପୁଡୁଚେରି ପାଇଁ କିଛି ବି ଉନ୍ନତି ମୂଳକ କାମ କରିନଥିବା ଅଭିଯୋଗ କରିଛନ୍ତି ନଡ୍ଡା ।

ନଡ୍ଡା କହିଛନ୍ତି ନାରାୟଣସ୍ବାମୀ ଭାରତ ସରକାରରେ ମନ୍ତ୍ରୀ ଥିଲା ବେଳେ ଝାଡଖଣ୍ଡର 5 ହଜାର କୋଟି ଟଙ୍କା ଋଣ ଛାଡ କରିଥିବାବେଳେ ପୁ଼ଡୁଚେରୀ ପାଇଁ ସେମିତି କିଛି ପଦକ୍ଷେପ ହାତକୁ ନେଇ ନଥିଲେ । ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ଅଛନ୍ତି । ତେଣୁ ତାଙ୍କ କାର୍ଯ୍ୟକଳାରେ ସେ କେଉଁ ନ୍ୟାୟ କରିଛନ୍ତି ବୋଲ ନଡ୍ଡା ପ୍ରଶ୍ନ କରିଛନ୍ତି ।

ନାରାୟଣ ସ୍ବାମୀଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟକୁ ତୁଳନା କରି ନଡ୍ଡା କହିଛନ୍ତି: "କଂଗ୍ରେସ ଶାସନର ଗତ 35 ବର୍ଷ ଧରି ପୁଡୁଚେରୀର 52% ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ । ବାଜପେୟୀଙ୍କ ସରକାର ସମୟରେ ପୁଡୁଚେରୀକୁ 70 ପ୍ରତିଶତ ଅନୁଦାନ ମିଳିଛି। ଯେତେବେଳେ ଭି ନାରାୟଣସ୍ବାମୀ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଏହା ପ୍ରାୟ 30 ପ୍ରତିଶତକୁ ଖସି ଆସିଥିଲା ବୋଲି କହିଛନ୍ତି ନଡ୍ଡା ।

ଏହାପୂର୍ବରୁ ନଡ୍ଡା ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଆସିଥିଲେ। ଉଭୟ ତାମିଲନାଡୁ ଏବଂ ପୁଡୁଚେରୀ ଚଳିତ ବର୍ଷ ବିଧାନସଭା ନିର୍ବାଚନକୁ ହେବାକୁ ଯାଉଥିବା ବେଳେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛି ବିଜେପି । ତାମିଲନାଡୁରେ ବିଜେପି ଏଆଇଡିଏମକେର ସହଯୋଗୀ ଭାବେ ନିର୍ବାଚନ ଲଢିବା ପାଇଁ ଘୋଷଣା ମଧ୍ୟ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details