ଭୋପାଳ: ମଧ୍ୟପ୍ରଦେଶ ରାୟସେନ ଜିଲ୍ଲାରେ ଶିକ୍ଷା ଅଧିକାରକୁ ଉଲ୍ଲଘଂନ । ଏହି ଅଞ୍ଚଳରେ ଥିବା ସ୍କୁଲର ନିୟମ ଅନେକ ଶିଶୁଙ୍କୁ ଶିକ୍ଷା ଅଧିକାରକୁ ବଞ୍ଚିତ କରିଛି । ଏକାକୀ ପିତାମାତା ବା ସିଙ୍ଗଲ୍ ପ୍ୟାରେଣ୍ଟ୍ସ କ୍ଷେତ୍ର (Problem of single mother) ରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଛି । ଜଣେ ଶିଶୁ ସିଙ୍ଗଲ ମଦର୍ର ସନ୍ତାନ ହୋଇଥିବାରୁ (Single mother refused to admit daughter) ଉକ୍ତ ଶିଶୁକୁ ସ୍କୁଲରେ ଆଡମିଶନ ମିଳିନଥିବା ଖବର ସାମନାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳର ରହୁଥିବା ସୁନୀତା ଆର୍ଯ୍ୟ ନିଜ ୫ ବର୍ଷର ଶିଶୁର ବିଦ୍ୟାଳୟରେ ଆଡମିଶନ ପାଇଁ ଜୁଲାଇ ୧ ରେ ବିଦ୍ୟାଳୟରେ ପହଞ୍ଚିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଆଡ଼ମିଶନ ପାଇଁ ଆବଶ୍ୟକ କାଗଜପତ୍ର ଓ ଅର୍ଥ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପିତାଙ୍କ ନାମ ଥିବା ସ୍ଥାନରେ କିଛି ଲେଖାନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ବନ୍ଧରେ ସୁନୀତାଙ୍କୁ ପ୍ରଶ୍ନ କରିଥିଲେ । ତେବେ ସୁନୀତା ଜଣେ ସିଙ୍ଗଲ ମଦର୍ ବୋଲି କହିଥିଲେ ଅର୍ଥାତ୍ ସେ ନିଜ ସ୍ବାମୀଙ୍କଠୁ ଅଲଗା ହେବା ପରେ ଏକାକୀ ନିଜ ଶିଶୁର ଲାଳନ ପାଳନ କରୁଛନ୍ତି । ଏହାପରେ ତାଙ୍କ ଶିଶୁକୁ ବିଦ୍ୟାଳୟରେ ଆଡମିଶନ ମିଳିନଥିବା ଜଣାପଡ଼ିଛି ।