ଓଡିଶା

odisha

By

Published : Oct 4, 2022, 10:37 AM IST

ETV Bharat / bharat

ଦଶହରାରେ ଦୁବାଇରେ ଉଦ୍‌ଘାଟନ ହେବ ନୂଆ ହିନ୍ଦୁ ମନ୍ଦିର

ଦଶହରା ଉପଲକ୍ଷେ ଦୁବାଇରେ ଉଦ୍ଘାଟିତ ହେବ ନୂଆ ହିନ୍ଦୁ ମନ୍ଦିର । (Inauguration of Hindu temple in Dubai) ସଂଧ୍ୟାରେ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଦଶହରାରେ ଦୁବାଇରେ ଉଦ୍ଘାଟନ ହେବ ନୂଆ ହିନ୍ଦୁ ମନ୍ଦିର
ଦଶହରାରେ ଦୁବାଇରେ ଉଦ୍ଘାଟନ ହେବ ନୂଆ ହିନ୍ଦୁ ମନ୍ଦିର

ଦୁବାଇ: ଦୁବାଇରେ ନିର୍ମାଣ ହୋଇଥିବା ନୂଆ ହିନ୍ଦୁ ମନ୍ଦିର ଆସନ୍ତାକାଲି ଦଶହରା ଅବସରରେ ଉଦ୍ଘାଟନ ହେବାକୁ ଯାଉଛି (Inauguration of Hindu temple in Dubai) । ଦୁବାଇ ସହରର ଜିବେଲ ଅଲ୍ଲୀରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଏହାର ନାମ ରହିଛି ସିନ୍ଧି ଗୁରୁ ଦରବାର ମନ୍ଦିର (Sindhi Guru Darbar Temple) ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହା ସମ୍ପୂର୍ଣ୍ଣ ନୂତନ ମନ୍ଦିର ହୋଇନଥିବା ବେଳେ ସେଠାରେ ଥିବା ପୁରୁଣା ମନ୍ଦିରର ଏକ ବିକଶିତ ତଥା ପରିବର୍ଦ୍ଧିତ ଢାଞ୍ଚା ।

2020 ଫେବୃଆରୀରେ ଏହି ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ହୋଇଥିଲା । ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଓ ହିନ୍ଦୁଙ୍କ ମଧ୍ୟରେ ଏହି ମନ୍ଦିରକୁ ନେଇ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି । ଏହି ମନ୍ଦିର ଆସନ୍ତାକାଲି ବିଜୟା ଦଶମୀରୁ ଉଦ୍‌ଘାଟନ ହେବା ସହ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ମୁକ୍ତ ରହିବ । ସମସ୍ତ ଧର୍ମର ବ୍ୟକ୍ତିବିଶେଷ ମନ୍ଦିରରେ ପ୍ରବେଶ କରିବା ସହ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ କଳାକୁ ଅନୁଭବ କରିବାର ସୁଯୋଗ ପାଇବା ନେଇ ସୂଚନା ମିଳିଛି ।

ଏହି ମନ୍ଦିରରେ ସ୍ମାର୍ଟ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶନ ପାଇଁ ଆଗୁଆ ଅନଲାଇନ ଦର୍ଶନ ବୁକିଂ ବ୍ୟବସ୍ଥା ବିକଶିତ କରିଛି ମନ୍ଦିର ପ୍ରଶାସନ । ଅନଲାଇନରେ ଦର୍ଶନ ପାଇଁ ଅଗ୍ରୀମ ବୁିକିଂ ସୁବିଧା ପାଇପାରିବେ ଶ୍ରଦ୍ଧାଳୁ । ତେବେ ପ୍ରଥମ ଦିନରୁ ହିଁ ଅନଲାଇନ ବୁକିଂ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଉଦ୍‌ଘାଟନୀ ଦିବସରେ ମନ୍ଦିରରେ ଦର୍ଶନ କରିବା ପାଇଁ ବହୁ ପ୍ରବାସୀ ଭାରତୀୟ ବୁକିଂ ମଧ୍ୟ କରି ସାରିଲେଣି ।

ପରିଚାଳନା କମିଟିର ସୂଚନା ଅନୁସାରେ, ଏହି ମନ୍ଦିର ସମସ୍ତ ଦିନ ସକାଳ 6.30 ରୁ ରାତି 8 ଯାଏ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ । ବର୍ତ୍ତମାନର ଭିତ୍ତିଭୂମି ଓ ବ୍ୟବସ୍ଥା ଅନୁସାରେ ପ୍ରତିଦିନ ପ୍ରାୟ 1 ହଜାରରୁ 12 ଶହ ଶ୍ରଦ୍ଧାଳୁ ନିର୍ଦ୍ବନ୍ଦ୍ବରେ ଦର୍ଶନ କରିପାରିବା ନେଇ ଆଶାପ୍ରକଟ କରିଛି ପରିଚାଳନା ବୋର୍ଡ କହୁଛି ।

ABOUT THE AUTHOR

...view details