ଓଡିଶା

odisha

By ETV Bharat Odisha Team

Published : Dec 6, 2023, 7:36 AM IST

Updated : Dec 6, 2023, 9:35 AM IST

ETV Bharat / bharat

ମଝି ଆକାଶରେ ଯାତ୍ରୀଙ୍କୁ ହୃଦଘାତ; କରାଚିରେ ଅବତରଣ କଲା ସ୍ପାଇସଜେଟ ବିମାନ

Dubai Bound Flight Diverted to Karachi: ମେଡିକାଲ ଏମର୍ଜେନ୍ସି ପାଇଁ ଅହମ୍ମଦାବାଦରୁ ଦୁବାଇ ଯାଉଥିବା ସ୍ପାଇସଜେଟ ବିମାନ କରାଚିରେ ଅବତରଣ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରୁ ଦୁବାଇ ଯାଉଥିବା ଏକ ସ୍ପାଇସଜେଟ ବିମାନ ଗତକାଲି(ମଙ୍ଗଳବାର) ରାତିରେ ପାକିସ୍ତାନର କରାଚିରେ ଅବତରଣ କରିଛି । ମଝି ଆକାଶରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବିମାନକୁ କରାଚି ଡାଇଭର୍ଟ କରାଯାଇଛି । ସମ୍ପୃକ୍ତ ଯାତ୍ରୀଙ୍କ ହୃଦଘାତ ଆସିଥିବା ଆଶଙ୍କା କରାଯାଇଥିଲା । ତାଙ୍କର ଜରୁରୀ ଚିକିତ୍ସା ପାଇଁ ରାତି ପ୍ରାୟ ସାଢେ ୯ଟା ବେଳେ ବିମାନ କରାଚି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା । ଏନେଇ ସ୍ପାଇସ୍‌ ଜେଟ୍‌ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସ୍ପାଇସ୍‌ ଜେଟ୍‌ର ବୋଇଂ 737 ଏୟାରକ୍ରାଫ୍ଟ ଅହମ୍ମଦାବାଦ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରିଥିଲା । ଅଧାବାଟରେ ହଠାତ୍ ବିମାନରେ ବସିଥିବା ଜଣେ ୨୭ ବର୍ଷୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ତାଙ୍କୁ ହୃଦଘାତ ଆସିବା ନେଇ ଆଶଙ୍କା କରାଯାଇଥିଲା । ସେ ରକ୍ତରେ ଶର୍କରା ସ୍ତର ଏବଂ ହୃଦସ୍ପନ୍ଦନରେ ହ୍ରାସ ଅନୁଭବ କରିଥିଲେ । ଏହି ମେଡିକାଲ ଏମର୍ଜେନ୍ସିକୁ ଦୃଷ୍ଟିରେ ରଖି ପାଇଲଟ ବିମାନକୁ ପାକିସ୍ତାନର କରାଚିକୁ ଡାଇଭର୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ରାତି ପ୍ରାୟ ସାଢେ ୯ଟା ସମୟରେ ବିମାନ କରାଚି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ବିମାନ ଯାତ୍ରା ବେଳେ ଚାଲିଗଲା ଯାତ୍ରୀଙ୍କ ଜୀବନ, କରାଚିରେ ଜରୁରୀଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ

ଏହା ମଧ୍ୟ ପଢନ୍ତୁ: ମଝି ଆକାଶରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି, ଜରୁରୀ ଅବତରଣ କଲା ଲୁଫ୍ତାଂସା ବିମାନ

ଏହାପରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ ଏକ ମେଡିକାଲ ଟିମ୍ ସେହି ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ । ତେବେ ସମ୍ପୃକ୍ତ ଯାତ୍ରୀ ୨୭ ବର୍ଷୀୟ ଧରୱାଲ ଧର୍ମେଶ ବୋଲି ପରିଚୟ ମିଳିଛି । ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବାରୁ ପୁଣିଥରେ ବିମାନ ଇନ୍ଧନ ଭରି କରାଚିରୁ ଦୁବାଇ ଅଭିମୁଖେ ଯାତ୍ରା କରିଥିଲା । ସ୍ପାଇସଜେଟ ଏୟାରଲାଇନ୍ସ ମୁଖପାତ୍ର ଏହି ସୂଚନା ଦେଇଛନ୍ତି ।

ଅନେକ ସମୟରେ ମଝି ଆକାଶରେ ବିମାନ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାର ଖବର ଆସୁଛି । କିଛି ଦିନ ତଳେ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋରେ ଗୋଟିଏ ବିମାନ ମେଡିକାଲ ଏମର୍ଜେନ୍ସି ପାଇଁ କରାଚିରେ ଜରୁରୀ ଅବତରଣ କରିଥିଲା । ଅସୁସ୍ଥ ଯାତ୍ରୀଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Last Updated : Dec 6, 2023, 9:35 AM IST

ABOUT THE AUTHOR

...view details