ଗାନ୍ଧୀନଗର: ବର୍ତ୍ତମାନ ଜଣେ ବିଶ୍ବ ନେତା ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇଛନ୍ତି ଦୁବାଇର ଜଣେ ଚିତ୍ରଶିଳ୍ପୀ (Dubai man depicting PM as a global leader )। ଏଥିପାଇଁ ତ ସେ ଗତ ସାଢ଼ ୩ ବର୍ଷ ମଧ୍ୟରେ ମୋଦିଙ୍କ ୫୫ଟି ପେଣ୍ଟିଂ ତିଆରି କରିଛନ୍ତି । ସେ ଆଙ୍କିଥିବା ମୋଦିଙ୍କ ଚିତ୍ର ବର୍ତ୍ତମାନ ଗୁଜରାଟରେ ଆୟୋଜିତ ଏକ ପ୍ରଦର୍ଶନୀରେ ପ୍ରଦର୍ଶନ କରିଛନ୍ତି । ଆକବର ନାମକ ଏହି ଚିତ୍ରଶିଳ୍ପୀ ଦୁବାଇ ନାଗରିକ ବୋଲି ଜଣାପଡ଼ିଛି ।
ଆକବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ବଡ଼ ଫ୍ୟାନ । ନିଜ ଚିତ୍ର ମାଧ୍ୟମରେ ସେ ନରେନ୍ଦ୍ର ମୋଦିଙ୍କୁ ଜଣେ ବିଶ୍ବ ନେତା ଭାବରେ ଦର୍ଶାଇଛନ୍ତି । ଆକବର୍ ମୋଦିଙ୍କ କେତେକ ସ୍ବତନ୍ତ୍ର ଚିତ୍ର ମଧ୍ୟ ଆଙ୍କିଛନ୍ତି, ଯେଉଁଥିରେ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ମା’ ହୀରାବାଇ ମୋଦିଙ୍କୁ ତ୍ରିରଙ୍ଗା ଧରିଥିବା ଦେଖିବାକୁ ମିଳିଛି । ଗତ ୩୦ ବର୍ଷ ହେଲା ଆକବର୍ ଦୁବାଇରେ ରହି ଆସୁଛନ୍ତି । ସେ ଦୁବାଇରେ ହିଁ ମୋଦିଙ୍କ ସମସ୍ତ ପେଣ୍ଟିଂ ଆଙ୍କିଛନ୍ତି ।