ଓଡିଶା

odisha

ETV Bharat / bharat

'ଶୁଖିଲା ଫୁଲ' ଶିଳ୍ପ କ୍ଷେତ୍ର ପାଇଁ ଗୁରୁତ୍ବପୂର୍ଣ୍ଣ: ବୈଜ୍ଞାନିକ - ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର

ଶୁଖିଲା ଫୁଲ ରପ୍ତାନି କ୍ଷେତ୍ରରେ ଭାରତରେ ବାର୍ଷିକ ପାଖାପାଖି ୧୦୦କୋଟିରୁ ଉର୍ଦ୍ଧ୍ବ ଆୟ ହେଉଛି । ତେଣୁ ଫୁଲକୁ ଆବର୍ଜନା ଭାବେ ଏଣେତେଣେ ନ ଫିଙ୍ଗି ବ୍ୟବହାର ଉପଯୋଗୀ କରାଯାଇପାରିଲେ ଅନେକ ମୂଲ୍ୟବାନ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ । ଅଧିକ ପଢ଼ନ୍ତୁ Role of dry flowers in floriculture industry

dry flower
ଶୁଖିଲା ଫୁଲ

By ETV Bharat Odisha Team

Published : Nov 15, 2023, 3:59 PM IST

ଇନାଡୁ ସମ୍ପାଦକୀୟ

ଲେଖକ: ଡକ୍ଟର ଗଡ୍ଡେଜ୍ୟାଥୀ, ବୈଜ୍ଞାନିକ (ଉଦ୍ୟାନ କୃଷି ଗବେଷଣା କେନ୍ଦ୍ର, ଶ୍ରୀକୋଣ୍ଡା ଲକ୍ଷ୍ମଣ ତେଲେଙ୍ଗାନା ଷ୍ଟେଟ ୟୁନିଭର୍ସିଟି)

ହାଇଦ୍ରାବାଦ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭାରତ । ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ମାଟି ରହିଛି । ମାଟିର ପ୍ରକାର ଅନୁସାରେ ଫଳ, ଫୁଲ ପନିପରିବା ଆଦି ଚାଷ କରାଯାଇଥାଏ । ତେବେ ଦେଶ ବିଦେଶରେ ଫୁଲର ଚାହିଦା ଢେର ଅଧିକ ରହିଛି । ଫୁଲକୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ । ତାଜା ଫୁଲ ତୁଳନାରେ ଶୁଖିଲା ଫୁଲର ନଷ୍ଟ ହେବାର ସମ୍ଭାବନା କମ୍ ଏବଂ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଥିବାରୁ ଏହା USA, ଜାପାନ ଏବଂ ୟୁରୋପ ଭଳି ଦେଶକୁ ରପ୍ତାନୀ ମଧ୍ୟ କରାଯାଏ । ତେଣୁ ଏହି ଶୁଖିଲା ଫୁଲ ରପ୍ତାନି କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି ।

ଶୁଖିଲା ଫୁଲ ରପ୍ତାନି କ୍ଷେତ୍ରରେ ଭାରତରେ ବାର୍ଷିକ ପାଖାପାଖି ୧୦୦କୋଟିରୁ ଉର୍ଦ୍ଧ୍ବ ଆୟ ହେଉଛି । ୨୦ଟି ଦେଶକୁ ୫୦୦ ପ୍ରକାରର ଫୁଲ ରପ୍ତାନୀ କରାଯାଉଛି । ଗୋଲାପ, ଲାଭେଣ୍ଡର, ଜିପସୋଫିଲା, ଗ୍ଲୋବୋସା ଭଳି ଅନେକ ଫୁଲ ଭାରତରେ ଚାଷ ହେଉଛି ଯାହାକି ଶୁଖିଲା ଅବସ୍ଥାରେ ରଖିବା ଉପଯୋଗୀ । ଏସବୁ ଫୁଲଗୁଡିକୁ ଗ୍ଲିସେରିନ ପ୍ରଣାଳୀ (Glycerine Processs), ମାଇକ୍ରୋୱେଭ( Microwave Oven Drying)ଆଦି ପ୍ରଣାଳୀରେ ଶୁଖାଯାଇ ପାଖାପାଖି ୨ରୁ ୪ ବର୍ଷ ପର୍ଯ୍ୟନ୍ତ ରଖାଯାଇପାରିବ ।

ହେଲେ ଭାରତରେ ଧାର୍ମିକ ସ୍ଥଳୀମାନଙ୍କରେ ବ୍ୟବହୃତ ଫୁଲକୁ ଆବର୍ଜନା ରୂପରେ ନଦୀ କିମ୍ବା ଅନ୍ୟାନ୍ୟ ସ୍ଥାନରେ ପିଙ୍ଗାଯାଇଥାଏ । ଶୁଖିଲା ଫୁଲଗୁଡିକୁ ନଦୀରେ ଫିଙ୍ଗିବା ଦ୍ବାରା ଅନେକ ନଦୀ ପ୍ରଦୂଷିତ ହେଉଥିବାର ନଜିର ରହିଛି । ଏହା ବ୍ୟତୀତ ବିଭିନ୍ନ ପ୍ରକାର କେମିକାଲ ଓ ବର୍ଜ୍ୟବସ୍ତୁ ନଦୀରେ ପଡୁଥିବାରୁ ନଦୀ ଜଳ ଦୂଷିତ ହେଉଛି । ସୂଚନା ମୁତାବକ, ଗଙ୍ଗା ନଦୀରେ ୮ ମିଲିୟନ ମେଟ୍ରିକ ଟନର ଫୁଲ ଆବର୍ଜନା ପଡୁଛି । କେବଳ ହାଇଦ୍ରାବାଦରେ ମନ୍ଦିର ମସଜିଦ ଆଦି ଧାର୍ମିକ ସ୍ଥଳୀରୁ ୧ ହଜାର ମେଟ୍ରିକ ଟନର ଫୁଲ ଆବର୍ଜନା ନିର୍ଗତ ହେଉଛି । କେତେବେଳେ ରାସ୍ତା କଡରେ ତ ଆଉ କେତେବେଳେ ଖୋଲା ପଡିଆରେ ପଡୁଛି । ଏପରି ଆବର୍ଜନା ପଡ଼ି ରହିବା ଦ୍ବାରା ପରିତ୍ୟକ୍ତ ସ୍ଥାନରୁ ଅଙ୍ଗାରକାମ୍ଳ ନିର୍ଗତ ହେବା ସହ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ ।

ଏହାକୁ ନଜରରେ ରଖି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଉଦ୍ୟୋଗୀମାନେ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ପରିତ୍ୟକ୍ତ ସ୍ଥାନର ପୁନରୁଦ୍ଧାର ପାଇଁ ନିବେଦନ କରିଛନ୍ତି । ଏଣେତେଣେ ପଡି ରହୁଥିବା ଫୁଲ ବର୍ଜ୍ୟବସ୍ତୁକୁ ପରିଚାଳନା କରି ସେତିରୁ ଜୈବିକ ଖତ, ସାର ଆଦି ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଫୁଲରୁ ସୁଗନ୍ଧରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାରର ସାବୁନ, ମହମବତୀ, ଅଗରବତୀ, ପରଫ୍ୟୁମ, ତେଲର ଚାହିଦା ଢେର ଅଧିକ ରହିଛି ।

ତାଜା ଫୁଲ ତୁଳନାରେ ଶୁଖିଲା ଫୁଲର ଦର କମ ରହିଥାଏ । ଆଉ ଶୁଖିଲା ଫୁଲକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଇପାରିବ । ସୂଚନା ଅନୁସାରେ, ଶୁଖିଲା ଫୁଲ ବ୍ୟବସାୟ ପାଖା ପାଖି ୬୫% ରହିଥିବାବେଳେ ଏହାକୁ ବୃଦ୍ଧି କରାଯାଇପାରିଲେ ଶିଳ୍ପ କ୍ଷେତ୍ରରେ ଏହା ଆହୁରି ଲାଭଦାୟକ ହେବ । ଫୁଲ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର (Recycling) କରାଗଲେ ବର୍ଜ୍ୟବସ୍ତୁର ମାତ୍ରା ହ୍ରାସ ପାଇବ । ଯାହା ଫଳରେ ପ୍ରଦୂଷଣର ମାତ୍ରା କମ ହେବା ସହ ପ୍ରାକୃତିକ ସମ୍ପଦ ସଂରକ୍ଷଣ ମଧ୍ୟ ହୋଇପାରିବ ।

ସେହିପରି ଶୁଖିଲା ଫୁଲର ଅଂଶରୁ ଜୈବିକ ଗ୍ୟାସ ଓ ସାର ଆଦି ମଧ୍ୟ ପ୍ରସ୍ତୁତ କରାଯାଏ । ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ମଧ୍ୟ ଫୁଲର ଚାହିଦା ଢେର ଅଧିକ ରହିଛି । ଫୁଲକୁ ଜାମ, ଜେଲି, ବିସ୍କୁଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ହୋଇଥାଏ । ତେଣୁ ଫୁଲକୁ ଆବର୍ଜନା ଭାବେ ଏଣେତେଣେ ନଫିଙ୍ଗି ବ୍ୟବହାର ଉପଯୋଗୀ କରାଯାଇପାରିଲେ ଅନେକ ମୂଲ୍ୟବାନ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ । ଏହା ଅନେକ ଲୋକଙ୍କୁ ରୋଜଗାର ଯୋଗାଇବାରେ ମଧ୍ୟ ସହାୟକ ହେବ ।

ଏହା ବି ପଢନ୍ତୁ...ହଳଦୀ ଶାଢୀ ପିନ୍ଧିଛି ପ୍ରକୃତି ରାଣୀ, ଶୀତୁଆ ସକାଳେ ଅଳସ ଭାଙ୍ଗୁଛି ଅଳସୀ ଫୁଲ

ABOUT THE AUTHOR

...view details