ଓଡିଶା

odisha

ETV Bharat / bharat

Jabalpur: ରେଳ କର୍ମଚାରୀଙ୍କ ଲଜ୍ଜାଜନକ କାଣ୍ଡ, AC ବର୍ଥରେ କଲେ ପରିସ୍ରା - ସମ୍ପର୍କ କ୍ରାନ୍ତି ଟ୍ରେନ ମଧ୍ୟରେ ପରିସ୍ରା

ଟ୍ରେନ ମଧ୍ୟରେ ଜବଲପୁର ରେଳ କର୍ମଚାରୀଙ୍କ ଲଜ୍ଜାଜନକ କାଣ୍ଡ । ନିଜ ସିଟ୍‌ ପାଖରେ କଲେ ପରିସ୍ରା । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Aug 22, 2023, 10:15 PM IST

ଭୋପାଳ: କର୍ମଚାରୀଙ୍କ ନିନ୍ଦନୀୟ କାଣ୍ଡ ଲାଗି ଲଜ୍ଜିତ ମଧ୍ୟପ୍ରଦେଶ ଜବଲପୁର ରେଲୱେ । ମଦ ନିଶାରେ ଟଳମଳ ହୋଇ ଏସି ବର୍ଥ ମଧ୍ୟରେ କଲେ ପରିସ୍ରା । ନିଜ ସିଟ୍‌ ନିକଟରେ ଜବଲପୁର ରେଲୱେ ଡିଆରଏମ ମେକାନିକ ଅଫିସରେ କାର୍ଯ୍ୟରତ ସୁପରିଟେଣ୍ଡେଣ୍ଟ ଦଶରଥ କୁମାର । କର୍ମଚାରୀ ଜଣକ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଯାଉଥିବା ସମୟରେ B6 ଏସି ବଗିରେ ପରିସ୍ରା କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ପ୍ରାୟ ୧୦ ଦିନ ତଳର ଘଟଣା । ରେଳ କର୍ମଚାରୀ ଦଶରଥ ନିଜ ସଂଗଠନ ସହିତ ଦିଲ୍ଲୀ ଯାଉଥିଲେ । ନିଜ ସାଥୀ କର୍ମଚାରୀଙ୍କ ସହିତ ସମ୍ପର୍କ କ୍ରାନ୍ତି ଟ୍ରେନରେ ଯାଉଥିବା ସମୟରେ ସେ ଏହି କାଣ୍ଡ କରିଛନ୍ତି । ଦଶରଥଙ୍କ ପାଖ ସିଟ୍‌ରେ ବସିଥିବା ଅନ୍ୟ ଜଣେ ଯାତ୍ରୀ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓକୁ ଭାଇରାଲ କରିବା ଉଦ୍ଦେଶ୍ୟରେ ଯାତ୍ରୀ ଜଣକ ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ଖୋଦ ରେଳ କର୍ମଚାରୀ ନିୟମ ପାଳନ କରୁନଥିବା ବେଳେ ଯାତ୍ରୀମାନେ କିପରି ପାଳନ କରିବେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି ।

ଏହା ବି ପଢନ୍ତୁ- Costly Piss ! ପରିସ୍ରା କରିବାକୁ ବନ୍ଦେ ଭାରତ ଟ୍ରେନରେ ଚଢିଗଲେ ଯୁବକ, କଟିଲା 1020 ଟଙ୍କା ଫାଇନ

ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରେଳ କର୍ତ୍ତୃପକ୍ଷ ଦଶରଥଙ୍କୁ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ରେଳ କର୍ମଚାରୀ ଦଶରଥ ସାର୍ବଜନୀନ ସ୍ଥଳରେ ଏତେ ମାତ୍ରାରେ ମଦ ପିଉଥିବା ବେଳେ କଣ ଅଫିସରେ ଏପରି ଆଚରଣ କରନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯାତ୍ରୀମାନେ ଟ୍ରେନରେ ନିଶାଦ୍ରବ୍ୟ ପାନ କଲେ ରେଳ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏପରିକି ଯାତ୍ରୀଙ୍କୁ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼େ । ରେଳ ବିଭାଗରେ ଯାତ୍ରୀଙ୍କ ଲାଗି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ସୁଦ୍ଧା ଖୋଦ କର୍ମଚାରୀ ଏପରି କାଣ୍ଡ କରି ନିୟମକୁ ଫୁ କରିଛନ୍ତି ।

ବିଗତ ଦିନରେ ପରିସ୍ରାକାଣ୍ଡକୁ ନେଇ ଚର୍ଚ୍ଚାକୁ ଆସିଥିଲା ମଧ୍ୟପ୍ରଦେଶ । ଏଠାରେ ଜଣେ ଦୁର୍ବୃତ୍ତ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲା । ଏହି ଅଭିଯୁକ୍ତର ନାମ ପ୍ରଭେଶ ଶୁକ୍ଳା ହୋଇଥିବା ବେଳେ ସେ ଜଣେ ବିଜେପି କର୍ମୀ ବୋଲି ଜଣାପଡ଼ିଥିଲା । ଏହି ଘଟଣାକୁ ନେଇ ସମସ୍ତ ମହଲରୁ ତୀବ୍ର ନିନ୍ଦା ପ୍ରକାଶ ପାଇଥିଲା । ଏହାପରେ ଉକ୍ତ ଆଦିବାସୀ ଯୁବକଙ୍କୁ ଡାକି ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details