ଓଡିଶା

odisha

ETV Bharat / bharat

ତିନି ଝିଅଙ୍କୁ ମାରିଦେଲା ବାପା, ଦାରିଦ୍ର୍ୟ କାରଣରୁ ଲାଗି ରହିଥିଲା କଳହ - ପଞ୍ଜାବରେ ଟ୍ରିପଲ ମର୍ଡର

ଆର୍ଥିକ କାରଣରୁ ପରିବାରରେ ଲାଗି ରହିଥିଲା କଳହ । ନିଜର ତିନି ନାବାଳିକା ଝିଅଙ୍କୁ ନିର୍ମମ ଭାବେ ହତ୍ୟା କଲା ମଦ୍ୟପ ବାପା । ଅଧିକ ପଢନ୍ତୁ

3 ଝିଅଙ୍କୁ ମାରିଦେଲା ମଦ୍ୟପ ବାପା ! ଦାରିଦ୍ର୍ଯ କାରଣରୁ ଲାଗି ରହିଥିଲା କଳହ
3 ଝିଅଙ୍କୁ ମାରିଦେଲା ମଦ୍ୟପ ବାପା ! ଦାରିଦ୍ର୍ଯ କାରଣରୁ ଲାଗି ରହିଥିଲା କଳହ

By ETV Bharat Odisha Team

Published : Oct 2, 2023, 9:19 PM IST

ଚଣ୍ଡିଗଡ: 3 ନାବାଳିକା ଝିଅଙ୍କୁ ହତ୍ୟା କଲା ମଦ୍ୟପ ବାପା । ପଞ୍ଜାବ ଜଳନ୍ଧର ସହରରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତିନି ନାବାଳିକା ଗତକାଲିଠାରୁ ନିଖୋଜ ଥିଲେ । ଆଜି ପଠାନକୋଟ ହାଇଓ୍ବେ ନିକଟରେ ସେମାନଙ୍କର ମୃତଦେହ ଜବତ କରିଛି ପୋଲିସ । ସମସ୍ତ 3 ଜଣଙ୍କୁ ସେମାନଙ୍କ ବାପା ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ସ୍ପଷ୍ଟ କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି ।

ସ୍ଥାନୀୟ ଏସଏସପି ମୁଖବିନ୍ଦର ସିଂ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ହେଉଛି ସୁଶୀଲ ମଣ୍ଡଳ । ସୁଶୀଲ, ପତ୍ନୀ ମଞ୍ଜୁ ମଣ୍ଡଳ ଓ ନିଜର 5 ସନ୍ତାନଙ୍କ ସହ ଜଳନ୍ଧର ସହରର ପଠାନକୋଟ ହାଇଓ୍ବେ ନିକଟରେ ରହୁଥିଲା । ଅଭିଯୁକ୍ତ ସର୍ବଦା ମଦ୍ୟପାନ କରି ଘରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରୁଥିଲା । ଆର୍ଥିକ ଅଭାବ ଓ ଅଭିଯୁକ୍ତର ନିୟମିତ ନିଶାସେବନ କାରଣରୁ ଘରେ କଳହ ଲାଗି ରହୁଥିଲା । ଏହି କାରଣରୁ ଅଭିଯୁକ୍ତ ସୁଶୀଲ ନିଜର ଉତ୍ତେଜିତ ହୋଇ 3 ନାବାଳିକା କନ୍ୟା ଅମୃତା କୁମାରୀ (9), କାଞ୍ଚନ କୁମାରୀ (7) ଓ ବାସୁ (3)କୁ ହତ୍ୟା କରିଛି । ଗତକାଲି ଅଭିଯୁକ୍ତ ସୁଶୀଲ ସମସ୍ତ 3 ନାବାଳିକା ଝିଅଙ୍କୁ ବିଷାକ୍ତ ଔଷଧ ଖାଇବାକୁ ଦେଇ ଏକ ଲୁହା ଟ୍ରଙ୍କରେ ବନ୍ଦ କରିଦେଇଥିଲା । ପରେ ନିଜ ପତ୍ନୀ ସହ କାମକୁ ଚାଲିଯାଇଥିଲା ।

ଏହା ମଧ୍ୟ ପଢ୍‌ନ୍ତୁ:- 5.2 ତୀବ୍ରତା ସହ ଭୂକମ୍ପରେ ଥରିଲା ମେଘାଳୟ, ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ପ୍ରଭାବ ଅନୁଭୂତ

ରାତିରେ ଦମ୍ପତି କାମରୁ ଫେରିଥିଲେ । ପତ୍ନୀ ମଞ୍ଜୁ ତିନି ପିଲାଙ୍କୁ ନପାଇ ଖୋଜାଖୋଜି କରିଥିଲେ । ଗତକାଲି ଠାରୁ ଖୋଜାଖୋଜି ସତ୍ତ୍ବେ ମଧ୍ୟ ଏହି ତିନି ନାବାଳିକାଙ୍କର କୌଣସି ପତ୍ତା ମିଳିନଥିବା ବେଳେ ଆଜି ସକାଳେ ଘର ନିକଟରେ ଥିବା ଏକ ଲୁହା ଟ୍ରଙ୍କ ଭିତରେ 3ଟି ମୃତଦେହ ଥିବା ପୋଲିସ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଥିଲା । ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି । ଅଭିଯୁକ୍ତ ବାପା ସୁଶୀଲଙ୍କୁ ମଧ୍ୟ ଗିରଫ କରି ଜେରା କରିଛି । ପ୍ରାଥମିକ ଜେରାରେ ସେ ହିଁ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ଆଉ କେହି ଅଭିଯୁକ୍ତକୁ ସହଯୋଗ କରିଛନ୍ତି କି ନାହିଁ ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details