ଚେନ୍ନାଇ : ନିଶା ହେଲା କାଳ(Drunkard Tamil Nadu daily wager) । ପରିବାରର ୫ ସଦସ୍ୟଙ୍କୁ ମାରି ଜୀବନ ହାରିଦେଲା ମଦ୍ୟପ ସ୍ବାମୀ । ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀ ଏବଂ ତିନି ଝିଅ ଏବଂ ଗୋଟିଏ ପୁଅକୁ ହତ୍ୟା କରିଦେଇଛି (daily wager hacks five of his family to death dies by suicide) । ତେବେ ଏହି ଘଟଣାରେ ସ୍ତ୍ରୀ, ଦୁଇ ଝିଅ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଚତୁର୍ଥ ଝିଅଟିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର ତିରୁବନନାମାଲାଇ ଜିଲ୍ଲାର କାଞ୍ଚି ନିକଟ ମଟ୍ଟୁର ଗ୍ରାମରେ ।
ସୂଚନାନୁସାରେ ଅଭିଯୁକ୍ତ ପାଲାନି ତାମିଲନାଡୁର ତିରୁବନନାମାଲାଇ ଜିଲ୍ଲାର କାଞ୍ଚିର ମୋତୁର ଗାଁରେ ନିଜ ପରିବାର ସହ ରହୁଥିଲା । ପାଲାନି ଏବଂ ପତ୍ନୀ ଭାଲୀଙ୍କର ୪ଟି ସନ୍ତାନ ଥିଲେ । ହସଖୁସିରେ ଚାଲିଥିଲା ସଂସାର । ୪ଝିଅ ହେଲେ ସୌନ୍ଦର୍ଯ୍ୟା, ତ୍ରିଶା, ମନିସା, ତନୁଶ୍ରୀ, ଭୁମିକା ଏବଂ ଗୋଟିଏ ପୁଅ ଶିବଶକ୍ତି । ହେଲେ ପାଲାନି ଓ ତାଙ୍କ ପତ୍ନୀ ଭାଲି ମଧ୍ୟରେ କିଛି ମାସ ହେବ ପଇସାକୁ ନେଇ ବିବାଦ ଲାଗି ରହିଥିଲା ।
ଏନେଇ ପାଲାନି ଅନେକ ସମୟରେ ମଦ୍ୟପାନ କରି ସ୍ତ୍ରୀ ଭାଲିକୁ ଅତ୍ୟାଚାର ବି କରୁଥିଲା । ଆଜି ମଧ୍ୟ ପାଲାନି ନିଶାଶକ୍ତ ଅବସ୍ଥାରେ ଘରକୁ ଆସି ସ୍ତ୍ରୀ ଭାଲିକୁ ଅତ୍ୟାଚାର କରିଥିଲା । ଏହାକୁ ନେଇ ତାଙ୍କ ଚାରି ପିଲା ପାଲାନିକୁ ଅଟକାଇଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ଉଠିଥିଲା ପାଲାନି । ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ୫ ପିଲାଙ୍କୁ ଆକ୍ରମଣ କରିବା ସହ ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରିଥିଲା ।
ଏହାପରେ ମାନସିକ ଭାରସାମ୍ୟ ହରାଇ ପାଲାନି ମଧ୍ୟ ଘର ଭିତରେ ଆତ୍ମହତ୍ୟା କରି ଦେଇଥିଲା । ଘର ଭିତରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପାଲାନି ଘରର କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲା ପୋଲିସ । ପୋଲିସ ଘର ଭିତରେ ୫ଟି ମୃତଦେହ ପଡ଼ିଥିବା ଦେଖିଥିଲା । ଏହାସହ ଜଣେ ଝିଅ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଦେଖିଥିଲା । ରକ୍ତ ଜୁଡୁବୁଡୁ ଝିଅ ଭୁମିକାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ ପୋଲିସ । ଏ ସମ୍ପର୍କରେ ତିରୁବନନାମାଲାଇ ଗ୍ରାମୀଣ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ