ଗାନ୍ଧୀନଗର: ଗୁଜୁରାଟ ଉପକୂଳର କଚ୍ଛର ନିକଟବର୍ତ୍ତୀ ସମୁଦ୍ରରେ ୩୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି । ଏହି ଡ୍ରଗ୍ସଗୁଡିକ ପାକିସ୍ତାନ ସୀମାରୁ ଭାରତକୁ ଚାଲାଣ ହେଉଥିଲା । ଗୁଜୁରାଟ ଏଟିଏସ(Anti Terrorism Squad) ଓ ତଟରକ୍ଷକ ବଳର ମିଳିତ ଉଦ୍ୟମରେ ପାକିସ୍ତାନୀ ବୋଟ ଉପରେ ଚଢାଉ କରି ଏହି ବିପୁଳ ମାତ୍ରାର ଡ୍ରଗ୍ସ ଜବତ କରିଛି । ପାକିସ୍ତାନୀ ବୋଟ ଖସି ପଳାଇବାର ଉଦ୍ୟମ କରୁଥିବାବେଳେ ଗୁଳି ଚଳାଇବା ନେଇ ଡାକବାଜି ଯନ୍ତ୍ରରେ ହେଲିକପ୍ଟରରୁ ଚେତାବନୀ ଦେଇଥିଲା ତଟରକ୍ଷୀ ବାହିନୀ । ଶେଷରେ ସମସ୍ତ 9 ପାକିସ୍ତାନୀଙ୍କୁ ଗିରଫ କରି କୂଳକୁ ଅଣାଯାଇଛି ।
ପାକିସ୍ତାନୀ ବୋଟରୁ ପ୍ରାୟ ୫୬ ଗିଲୋଗ୍ରାମ ହେରୋଇନ ଓ ୯ ଜଣଙ୍କୁ ଗିରଫ କରାଯାଇଛି । ଜବତ ହେରୋଇନର ମୂଲ୍ୟ ୩୦୦ କୋଟି ହେବା ନେଇ ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ପୋଲିସ ସୂତ୍ର ଅନୁସାରେ, ଗିରଫ ହୋଇଥିବା ୯ ଜଣଙ୍କୁ ପଚରାଉଚୁରା କରାଯାଉଛି । କରାଚିରୁ ଏହି ବୋଟଟି ଆସିଥିବାବେଳେ ଏହାର ନାମ 'ଅଲହଜ' ବୋଲି ଜଣାପଡିଛି । ଗୁଜୁରାଟ ସମୂଦ୍ରକୂଳ ଦେଇ ଏଭଳି ନିଶାଦ୍ରବ୍ୟର ଚୋରା ଚାଲାଣକୁ ସୁରକ୍ଷା ଏଜେନ୍ସି ବିଫଳ କରିଛି ।