ଓଡିଶା

odisha

କୋରୋନା ଔଷଧ ଭିରାଫିନକୁ ମିଳିଲା ଗ୍ରୀନ ସିଗନାଲ

By

Published : Apr 23, 2021, 4:22 PM IST

Updated : Apr 23, 2021, 8:01 PM IST

ଦେଶ ପାଇଁ ଭଲ ଖବର । ଜାଏଡସ କାଡିଲାର ଭିରାଫିନ ଔଷଧକୁ ଜରୁରୀକାଳୀନ ବ୍ୟବହାରକୁ ଡିଜିସିଆଇର ଗ୍ରୀନ ସିଗନାଲ୍ । ଅଧିକ ପଢନ୍ତୁ...

ଭାରତରେ ଭିରାଫିନ ଟିକାର ଜରୁରୀକାଳୀନ ବ୍ୟବହାରକୁ ଗ୍ରୀନ ସିଗନାଲ
ଭାରତରେ ଭିରାଫିନ ଟିକାର ଜରୁରୀକାଳୀନ ବ୍ୟବହାରକୁ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: ମହାମାରୀ ସଙ୍କଟ ମଧ୍ୟରେ ଆସିଲା ଏକ ଭଲ ଖବର । ଦେଶରେ ଆଉ ଗୋଟିଏ କୋରୋନା ଔଷଧକୁ ମିଳିଲା ଅନୁମୋଦନ । କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜାଏଡସ କାଡିଲାର ‘ଭିରାଫିନ’କୁ ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଅନୁମତି ଦେଇଛି । କୋରୋନା ଆକ୍ରାନ୍ତ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ଦିଆଯିବ ଏବି ଔଷଧ ।

ଦେଶରେ କୋରୋନା ମୃତ୍ୟୁର ଜାଲ ବିଛାଇଥିବାବେଳେ ଭାରତରେ ଭିରାଫିନକୁ ଗ୍ରୀନ ସିଗନାଲ ମିଳିବା ଦେଶବାସୀଙ୍କ ପାଇଁ ଆଶ୍ବସ୍ତ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 23, 2021, 8:01 PM IST

ABOUT THE AUTHOR

...view details