ମୁମ୍ବାଇ: ପ୍ରତିଦିନ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଆକ୍ଷେପକୁ ନେଇ ମଧ୍ୟ ଅତିଷ୍ଠ NCB । ନୱାବଙ୍କ ବାରମ୍ବାର ଅଭିଯୋଗ ପରେ ମୁମ୍ବାଇ ଏନସିବି ଜୋନ ଏହାର ଜବାବ ରଖିଛି । ନୱାବ କରୁଥିବା ସମସ୍ତ ଅଭିଯୋଗର ପ୍ରମାଣ ମାଗିବା ସହ ସେ କାହିଁକି କୋର୍ଟଙ୍କ ଦ୍ବାରସ୍ଥ ହେଉନାହାନ୍ତି ବୋଲି NCB ପ୍ରଶ୍ନ କରିଛି ।
ସମୀର ୱାଙ୍ଖଡେ ଦୁବାଇ ଓ ମାଲଦ୍ୱୀପ ଯାଇଥିଲେ ବୋଲି ନଓ୍ବାବ ଯେଉଁ ଅଭିଯୋଗ କରୁଛନ୍ତି, ତା’ର ପ୍ରମାଣ ଦିଅନ୍ତୁ । ଏଥିସହ ବିଜେପି ନେତା ମୋହିତ କମ୍ବୋଜଙ୍କ ସହ ଯଦି ୱାଙ୍ଖଡେ କଥା ହୋଇଥିବା ଅଭିଯୋଗ କରୁଛନ୍ତି ତେବେ ଏହାର ମଧ୍ୟ ପ୍ରମାଣ ଦିଅନ୍ତୁ ବୋଲି କହିଛି ଏନସିବି । ଏନ୍ସିବି ଆହୁରି କହିଛି ଯେ, ଯଦି ପ୍ରମାଣ ଅଛି ଏତେ ସବୁ ଅଭିଯୋଗ କରିବା ବଦଳରେ ନୱାବ କାହିଁକି କୋର୍ଟ ଯାଉନାହାନ୍ତି ।