ମୁମ୍ବାଇ:କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ନେଇଛି ଏକ ନୂଆ ମୋଡ଼ । ଏହି ପାର୍ଟରେ NCB ବିଜେପି ନେତାଙ୍କ ୩ ଜଣ ସମ୍ପର୍କୀୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ତେବେ ଏପରି ଅଭିଯୋଗ ଆଣିଛନ୍ତି ଜାତୀୟ କଂଗ୍ରେସର ମୁଖପାତ୍ର ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନୱାବ ମଲ୍ଲିକ । ମୋଟ ୧୧ ଜଣ ଧରାପଡ଼ିଥିବା ବେଳେ 8 ଜଣଙ୍କୁ ଗିରଫ କରିବା ପରେ ୩ଜଣଙ୍କୁ ଛାଡ଼ି ଦେଇଥିବା ସେ କହିଛନ୍ତି ।
ନୱାବଙ୍କ ଅଭିଯୋଗ ଅନୁସାରେ ଗତ ଅକ୍ଟୋବର ୨ ତାରିଖରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ NCBର ନିର୍ଦ୍ଦେଶକ ସମୀର ୱାଙ୍ଖଡେ ଫୋନରେ କଥା ହେବା ପରେ ୩ ଜଣଙ୍କୁ ମୁକ୍ତ କରିଥିଲେ । ତେବେ ସେ କ'ଣ ପାଇଁ ୩ ଅଭିଯୁକ୍ତଙ୍କୁ ଛାଡ଼ିଥିଲେ ତାହାର ଉତ୍ତର ଦେବା ଉଚିତ ବୋଲି ଦାବି କରିଛନ୍ତ ନୱାବ । NCB ନିର୍ଦ୍ଦେଶକ ଦିଲ୍ଲୀ ଓ ମହାରାଷ୍ଟ୍ରର କିଛି ବିଜେପି ନେତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ତାଙ୍କର କଲ ରେକର୍ଡ୍ସ ଯାଞ୍ଚ ହେବା ପାଇଁ ସେ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ।