ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ସୋମବାର) ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ସଂସଦରେ କେନ୍ଦ୍ରୀୟ ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା । ଶପଥ ସମାରୋହ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।
ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସକାଳ 8ଟାରେ 30ରେ ପ୍ରଥମେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ ଦ୍ରୌପଦୀ ମୁର୍ମୁ । ସେଠାରୁ କମିଟି ରୁମକୁ ଯିବେ । ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦ ହଲରେ ପହଞ୍ଚିବା ପରେ ୧୦.୧୪ ମିନିଟ୍ରେ ସିଜେଆଇ ନୂତନ ରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥ ଗ୍ରହଣ ପରେ ଦ୍ରୌପଦୀଙ୍କୁ 21 ତୋପ ସଲାମି ଦିଆଯିବ । ଏହା ପରେ ସେ ୧୦ଟା ୨୩ ମିନିଟ୍ରେ ଦେଶକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ । ଏହାପରେ ବିଦାୟୀ ରାଷ୍ଟ୍ରପତି କୋବିନ୍ଦ ରାଷ୍ଟ୍ରପତି ଭବନ ଛାଡିବେ । କୋବିନ୍ଦଙ୍କୁ ଇଣ୍ଟସ- ସର୍ଭିସେସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ।
ଏହା ବି ପଢନ୍ତୁ... ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଜାଣନ୍ତୁ କ'ଣ ରହିଛି ବିଶେଷ କ୍ଷମତା