ଓଡିଶା

odisha

By

Published : Jul 3, 2022, 7:04 AM IST

ETV Bharat / bharat

Droupadi Murmu In Puducherry: ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ସମର୍ଥନ ମାଗିଲେ

ପୁଡୁଚେରୀ ଗସ୍ତରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ରଙ୍ଗାସାମୀଙ୍କୁ ଭେଟି ସମର୍ଥନ ନେଇ କଲେ ଆଲୋଚନା । ଅଧିକ ପଢନ୍ତୁ

Murmu in Puducherry: ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ସମର୍ଥନ ମାଗିଲେ
Murmu in Puducherry: ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କୁ ଭେMurmu in Puducherry: ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ସମର୍ଥନ ମାଗିଲେ ଟିଲେ, ସମର୍ଥନ ମାଗିଲେ

ପୁଡୁଚେରୀ:ପୁଡୁଚେରୀ ଗସ୍ତରେ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁର୍ମୁ ସେଠାରେ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗାସାମୀଙ୍କୁ ଭେଟି ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏକ ସ୍ବତନ୍ତ୍ର ବିମାନରେ ମୁର୍ମୁ ପୁଡୁଚେରୀ ବିମାନ ବନ୍ଦରରେ ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ରଙ୍ଗାସାମୀ ଓ ଅନ୍ୟ କିଛି ବରିଷ୍ଠ ନେତା ସେଠାରେ ଉପସ୍ଥିତ ରହି ମୁର୍ମୁଙ୍କୁ ସ୍ବାଗତ କରିଥିଲେ ।

ଏହା ପୂର୍ବରୁ ଶିରୋମଣୀ ଅକାଳୀ ଦଳ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିସାରିଛି । ଜୁନ 21ରେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲା । ପରେ ଏନଡିଏ ମେଣ୍ଟ ବାହାରେ ଥିବା କିଛି ଆଞ୍ଚଳିକ ଦଳମାନେ ମୁର୍ମୁଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ଓ ଆନ୍ଧ୍ରରେ ଶାସନରେ ଥିବା YSR କଂଗ୍ରେସ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଦେଇସାରିଛି । ଗତମାସରେ ମଧ୍ୟ ମୁର୍ମୁ ନିଜେ ଏକାଧିକ ବିରୋଧୀ ଦଳ ନେତାଙ୍କୁ କଲ କରି ସମର୍ଥନ ପାଇଁ ଔପଚାରିକ ଭାବେ କଥା ହୋଇଥିଲେ । ଏହି ତାଲିକାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ପ୍ରମୁଖ ରହିଥିଲେ । ଆଜି ସେ ପୁଡୁଚେରୀ ପହଞ୍ଚିବା ସହ ସେଠାରେ ସେ ମୁଖ୍ୟମନ୍ତ୍ରୀ ରଙ୍ଗାସାମୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ସମର୍ଥନ ନେଇ ଏକାଧିକ ବିରୋଧୀ ନେତାଙ୍କ ସହ କଥା ହୋଇସାରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ଅଧିର ରଞ୍ଜନ ଚୌଧୁରୀ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଦେବେଗୌଡାଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଥିଲେ ନଡ୍ଡା । ତେବେ ସଂଖ୍ୟା ଦୃଷ୍ଟିରୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପାଇଁ ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDA ମେଣ୍ଟ ନିକଟରେ କୌଣସି ଜଟିଳତା ନାହିଁ । ଆଞ୍ଚଳିକ ଦଳଙ୍କ ସମର୍ଥନ ପାଇବା ପରେ ପ୍ରାୟ ବହୁମତ ହାସଲ କରିସାରିଛି ମେଣ୍ଟ । ଏପରି ସ୍ଥଳେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାର ସମ୍ଭାବନା ମଧ୍ୟ ଏକପ୍ରକାର ସ୍ପଷ୍ଟ ।

ଚଳିତ ମାସ 18 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ 21 ତାରିଖରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ସେହିପରି 24 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପର ଦିନ ଅର୍ଥାତ 25 ତାରିଖରେ ପରବର୍ତ୍ତୀ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details