ଶ୍ରୀନଗର:ପୁଣି ଜମ୍ମୁ ଏୟାରବେସରେ ନିକଟରେ ଉଡିଲା ଡ୍ରୋନ । ବୁଧବାର ବିଳମ୍ବିତ ରାତିରେ ଡ୍ରୋନ ଉଡୁଥିବା ଦେଖି ସୁରକ୍ଷା ବାହିନୀ ପକ୍ଷରୁ ଗୁଳ ବର୍ଷଣ କରାଯାଇଥିଲେ । ଏହାପରେ ଡ୍ରୋନଟି ପଛଘୁଞ୍ଚା ଦେଇଥିଲା । ଏନେଇ ଜମ୍ମୁ ଏୟାରବେସରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ଗତ ମାସରେ ଜମ୍ମୁ ଏୟାରବେସରେ ଡ୍ରୋନ୍ ଆକ୍ରମଣ ପରଠାରୁ କେନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରୋନ୍ ଦେଖିବାକୁ ମିଳୁଛି । ଏହାପୂର୍ବରୁ ବୁଧବାର ଦିନ ବିଏସଏଫ ଜାମ୍ମୁ କାଶ୍ମୀରର ଆର୍ନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଏକ ଡ୍ରୋନ ଦେଖି ଗୁଳି ଚଳାଇଥିଲେ । ବିଏସ୍ଏଫର ତଥ୍ୟ ଅନୁଯାୟୀ, ଜୁଲାଇ 13 ଓ 14ର ମଧ୍ୟବର୍ତ୍ତୀ ରାତିରେ,ଆର୍ନିଆ ସେକ୍ଟରରେ ସୁରକ୍ଷା ବାହିନୀମାନେ ରାତି ପ୍ରାୟ 9.52 ସମୟରେ 200 ମିଟର ଉଚ୍ଚରେ ଏକ ଡ୍ରୋନ ଉଡିବା ସମୟରେ ଲାଲବତୀ ଜଳୁଥିବା ଦେଖିଥିଲେ । ପରେ ସୁରକ୍ଷା ବାହିନୀ ଆରମ୍ଭ କରିଥିଲେ ଅପରେସନ । ଡ୍ରୋନ ଉପରେ ଗୁଳି ଚଳାଇବାରୁ ତାହା ଫେରିଯାଇଥିଲା ।