ଚଣ୍ଡିଗଡ:ସୁଧୁରୁନି ପାକିସ୍ତାନ । ସୀମାରେ ଆଶାନ୍ତି ପାଇଁ ଉଦ୍ୟମ କରିଚାଲିଛି ପାକ୍ । ପୁଣି ସୀମାରେ ଉଡିଲା ପାକ୍ ଡ୍ରୋନ । ଶନିବାର ମଧ୍ୟରାତ୍ରୀରେ ପଞ୍ଜାବ ଗୁରୁଦାସପୁର ସେକ୍ଟରରେ ଡ୍ରୋନ ଠାବ ହୋଇଛି । ଡ୍ରୋନ ଶଦ୍ଦ ଶୁଣି ବିଏସଏଫ ଯବାନ ଗୁଳି ଚଳାଇଥିଲା । କିଛି ସମୟ ପରେ ଡ୍ରୋନଟି ଫେରି ଯାଇଥିଲା । ପୋଲିସ ଓ ବିଏସଏଫ ଯବାନ ସୀମା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ପୁଣି ସୀମାରେ ଉଡିଲା ପାକ୍ ଡ୍ରୋନ, ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଉଛି ପାକିସ୍ତାନ ସୂଚନା ଅନୁସାରେ, ଗୁରୁଦାସପୁର ସେକ୍ଟର ଅଧୀନରେ ଦିନାନାଗାରର ଦିଣ୍ଡା ଗ୍ରାମ ସୀମାରେ ଶନିବାର ମଧ୍ୟରାତ୍ରୀରେ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା । ପାକାସ୍ତାନ ସୀମାପଟୁ ଡ୍ରୋନଟି ଆସିଥଲା । ଡ୍ରୋନ ଶଦ୍ଦ ଶୁଣି ବିଏସଏଫ ଯବାନ ଡ୍ରୋନକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଏହା ସହ ୩ଟି ଲାଇଟ ବମ ନିକ୍ଷେପ କରିଥିଲେ । ମୋଟ ୪୬ ରାଉଣ୍ଡ ଗୁଳି କରିଥିଲେ ଯବାନ । ତେବେ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିବା ସୀମା ସୁରକ୍ଷା ସେନାର ଜିଆଇଜି ପ୍ରଭାକର ଯୋଶୀ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ ତଥାପି ସେନା ସଜାଗ ରହିଛି ।
ପୁଣି ସୀମାରେ ଉଡିଲା ପାକ୍ ଡ୍ରୋନ, ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଉଛି ପାକିସ୍ତାନ ପାକିସ୍ତାନରେ ଅବସ୍ଥିତ ଚୋରା ଚାଲାଣକାରୀ ଏବଂ ଆତଙ୍କବାଦୀ ସଂଗଠନ ପଞ୍ଜାବ ସୀମାରେ ଆଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଯୋଗାଣ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ପାକିସ୍ତାନର ଆତଙ୍କବାଦୀ ସଂଗଠନ ଏବଂ ନିଶା ମାଫିଆମାନେ ଡ୍ରୋନ ଯୋଗେ ଭାରତକୁ ଅସ୍ତ୍ରଶସ୍ତ୍ର ଏବଂ ହେରୋଇନ ଚାଲଣ କରୁଛନ୍ତି । ଗତ କିଛି ମାସ ମଧ୍ୟରେ ଭାରତୀୟ ଯବାନମାନେ ଅମୃତସର ଏବଂ ଫିରୋଜପୁର ସେକ୍ଟରକୁ ପଶି ଆସିଥିବା ଏକାଧିକ ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲେ । ଡ୍ରୋନରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ହେରୋଇନ କରିଛି ଭାରତୀୟ ସେନା । ଗତ ଜୁନ ମାସରେ ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଭାରତୀୟ ଜବାନ ଅମୃତସର ସେକ୍ଟରରେ ଗୁଳିକରି ଦୁଇଟି ଡ୍ରୋନ ଖସାଇ ଦେଇଥିଲେ । ଏଥିରୁ ପ୍ରାୟ ୪କେଜି ହେରୋଇନ ଏବଂ ପିସ୍ତଲ ଜବତ ହୋଇଥିଲା । ଚଳିତ ଜୁଲାଇ ମାସ ୧୩ ତାରିଖରେ ଗୋଟିଏ ଡ୍ରୋନକୁ ଖସାଇଥିଲା ସେନା ଏବଂ ଏଥିରୁ ମଧ୍ୟ ହେରୋଇନ ଜବତ ହୋଇଥିଲା । ଏଣୁ ବିଏସ୍ଏଫ୍ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ।
ପୁଣି ସୀମାରେ ଉଡିଲା ପାକ୍ ଡ୍ରୋନ, ଡ୍ରୋନ୍ ଯୋଗେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପଠାଉଛି ପାକିସ୍ତାନ ଭାରତ ସୀମା ଭିତରକୁ ପାକିସ୍ତାନ ପଟରୁ ଡ୍ରୋନ୍ ଆସିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶ ପାଇଁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ସୀମାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।