ଓଡିଶା

odisha

By

Published : Jul 23, 2021, 10:25 AM IST

Updated : Jul 23, 2021, 11:07 AM IST

ETV Bharat / bharat

ସେନା ଗୁଳିରେ ଖସିଲା ଡ୍ରୋନ, ବିସ୍ଫୋରକ ଜବତ

ସେନାର ଗୁଳିରେ ଆକାଶ ମାର୍ଗରୁ ଖସିଲା ଡ୍ରୋନ । ଜମ୍ମୁ କାଶ୍ମୀରର କାଞ୍ଚକ ଅଞ୍ଚଳରୁ ଏକ ଡ୍ରୋନ ଜବତ କରାଯାଇଛି । ଅଧିକ ପଢନ୍ତୁ...

Drone shot down in J-K's Kanachak, explosive material recovered
ଡ୍ରୋନରୁ ବିସ୍ଫୋରକ ସାମଗ୍ରୀ ଜବତ, ସୀମାରେ ବଢିଲା ସୁରକ୍ଷା

ଶ୍ରୀନଗର: ସେନାର ଗୁଳିରେ ଆକାଶ ମାର୍ଗରୁ ଖସିଲା ଡ୍ରୋନ । ଜମ୍ମୁ କାଶ୍ମୀରର କାଞ୍ଚକ ଅଞ୍ଚଳରୁ ଏକ ଡ୍ରୋନ ଜବତ କରାଯାଇଛି । ଡ୍ରୋନ ମଧ୍ୟରୁ ବିସ୍ଫୋରକ ସାମଗ୍ରୀକୁ ଜବତ କରିଛି ଶ୍ରୀନଗର ପୋଲିସ । ଏନେଇ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଗତ ଜୁଲାଇ 16ରେ ଜମ୍ମୁ ଏୟାର ବେସର ଚାରିପାଖରେ କାର୍ଯ୍ୟ କରୁଥିବା ଏକ ଡ୍ରୋନ ଉଡୁଥିବାର ସୂଚନା ମିଳିଥିଲା । ଜମ୍ମୁ ଏୟାର ବେସରେ ଡ୍ରୋନ ଆକ୍ରମଣ ପରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଦ୍ବାରା ଆଣ୍ଟି ଡ୍ରୋନ ସିଷ୍ଟମର ରାଡାର ଲଗାଯାଇଥିଲା ।

ଗତ ମାସରେ ଜମ୍ମୁ ଏୟାରବେସରେ ଡ୍ରୋନ୍ ଆକ୍ରମଣ ପର ଠାରୁ କେନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରୋନ ଉଡାଣ ଅଧିକ ଦେଖିବାକୁ ମିଳୁଛି । ବିଏସ୍ଏଫର ତଥ୍ୟ ଅନୁଯାୟୀ, ଜୁଲାଇ 13 ଓ 14ର ମଧ୍ୟବର୍ତ୍ତୀ ରାତିରେ ଆର୍ନିଆ ସେକ୍ଟରରେ ସୁରକ୍ଷା ବାହିନୀ 200 ମିଟର ଉଚ୍ଚରେ ଏକ ଡ୍ରୋନ ଉଡିବା ସମୟରେ ଲାଲବତୀ ଜଳୁଥିବା ଦେଖିଥିଲେ । ପରେ ସୁରକ୍ଷା ବାହିନୀ ଆରମ୍ଭ କରିଥିଲେ ଅପରେସନ । ଡ୍ରୋନ ଉପରେ ଗୁଳି ଚଳାଇବାରୁ ତାହା ଫେରିଯାଇଥିଲା ।

ପ୍ରକାଶ ଥାଉକି, ଗତ ମାସରେ ଜମ୍ମୁ ଏୟାରବେସରେ ଆକ୍ରମଣ କରିବା ପାଇଁ ଦୁଇଟି ବିସ୍ଫୋରକ ବୋଝେଇ ଡ୍ରୋନ ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣରେ ବଡ ଧରଣର କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ବାୟୁସେନା ଷ୍ଟେସନ 2 କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ NIA ଦ୍ବାରା ଚାଲିଛି । ଆତଙ୍କବାଦୀଙ୍କ ଏପରି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ସମସ୍ତ ଏୟାରବେସରେ ହାଇ ଆଲର୍ଟ ଜାରି କରାଯାଇଛି ।

ଜାମ୍ମୁରେ ତଥା ଦେଶର ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଏୟାରବେସରେ ଏପରି ଆକ୍ରମଣକୁ ରୋକିବା ପାଇଁ ବାୟୁସେନା ମଧ୍ୟ ପଦକ୍ଷେପ ନେଇଥିଲା। ସୀମାରେ ଥିବା ସୁରକ୍ଷା ବାହିନୀ (ବିଏସ୍ଏଫ୍) ମଧ୍ୟ ଡ୍ରୋନ ଉପରକୁ ଗୁଳି ଚଳାଇଥିବାର ଅନେକ ଘଟଣା ଘଟିଛି।

@ANI

Last Updated : Jul 23, 2021, 11:07 AM IST

ABOUT THE AUTHOR

...view details