ଓଡିଶା

odisha

ETV Bharat / bharat

ପୁଣି ସୀମାରେ ଉଡିଲା ଡ୍ରୋନ, ସଜାଗ ସୁରକ୍ଷାବାହିନୀ - Jammu's Domana area

ପୁଣି ସୀମାରେ ଉଡିଲା ଡ୍ରୋନ । ପଡୋଶୀ ଜିଲ୍ଲା ଡୋମାନା ଅଞ୍ଚଳରେ ଦୁଇଟି ସନ୍ଦିଗ୍ଧ ୟୁଏଇ ଦେଖିବାର କିଛି ଘଣ୍ଟା ପରେ ଜାମ୍ମୁର ଡୋମାନା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଡ୍ରୋନ୍ ପରି ଏକ ବସ୍ତୁ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ପୁଣି ସୀମାରେ ଉଡିଲା ଡ୍ରୋନ
ପୁଣି ସୀମାରେ ଉଡିଲା ଡ୍ରୋନ

By

Published : Aug 1, 2021, 2:08 PM IST

ଶ୍ରୀନଗର: ପୁଣି ସୀମାରେ ଉଡିଲା ଡ୍ରୋନ । ପଡୋଶୀ ଜିଲ୍ଲା ଡୋମାନା ଅଞ୍ଚଳରେ ଦୁଇଟି ସନ୍ଦିଗ୍ଧ ୟୁଏଇ ଦେଖିବାର କିଛି ଘଣ୍ଟା ପରେ ଜାମ୍ମୁର ଡୋମାନା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଡ୍ରୋନ୍ ପରି ଏକ ବସ୍ତୁ ଦେଖିବାକୁ ମିଳିଥିଲା । ଜଣେ ସ୍ଥାନୀୟ ଯୁବକ ତାଙ୍କ ମୋବାଇଲ୍ ଫୋନରେ ଉଠୁଥିବା ଡ୍ରୋନ୍ ପରି ବସ୍ତୁର ଏକ ଭିଡିଓ ଉତ୍ତୋଳନ କରିଥିଲେ । ସନ୍ଦିଗ୍ଧ ଡ୍ରୋନଟି ପାଖାପାଖି ତିନି ମିନିଟ୍ ପରେ ଅଦୃଶ୍ୟ ହୋଇଯାଇଥିଲା ।

ଶନିବାର ସଂନ୍ଧ୍ୟାରେ ସମୁଦାୟ ତିନୋଟି ଡ୍ରୋନ୍ କାର୍ଯ୍ୟକଳାପ ଠାବ ହୋଇଥିଲା । ପ୍ରଥମ ଦୁଇଟି ଡ୍ରୋନ୍ ଦୃଶ୍ୟ ସାମ୍ବା ଜିଲ୍ଲାରେ ରାତି 8 ରୁ 9 ମଧ୍ୟରେ ଦେଖିବାକୁ ମିଳିଥିଲା । ଏହାପରେ ପାଖାପାଖି ରାତି ୯ଟା ୫୦ରେ ଡୋମାନା ଅଞ୍ଚଳରେ ଆଉ ଏକ ଡ୍ରୋନ ଠାବ ହୋଇଥିଲା । ସନ୍ଦିଗ୍ଧ ଡ୍ରୋନ୍ ଖୋଜିବା ପାଇଁ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।

ଜୁନ୍ ମାସରେ ବାୟୁସେନା ଷ୍ଟେସନ ଜାମ୍ମୁ ଉପରେ ହୋଇଥିବା ଆକ୍ରମଣ ପରେ ଜାମ୍ମୁ କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ଡ୍ରୋନ୍ ଉଡିବା ଦିନକୁ ବୃଦ୍ଧି ପାଇଛି । ଅନେକ ଡ୍ରୋନ୍ IED ନେଇ ଉଡୁଥିବା ଦେଖିବାକୁ ମିଳିଛି । ​ଅଗଷ୍ଟ 15ରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଯେକୌଣସି ଉଡୁଥିବା ଜିନିଷ ଉପରେ ସଜାଗ ରହିବାକୁ କେନ୍ଦ୍ର ସମସ୍ତ ସୁରକ୍ଷା ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛି ।

ସୀମାରେ ବାରମ୍ବାର ଡ୍ରୋନ ଉଡୁଥିବାରୁ ଦେଶର ସୁରକ୍ଷା ଚିନ୍ତାରେ ପଡିଯାଇଛି । ଶତ୍ରୁ ଦେଶ ଭାରତ ଉପରେ କିଛି ଆକ୍ରମଣ ଯୋଜନା କରୁଥିବା ନେଇ ଆଶଙ୍କା କରାଯାଉଛି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଡ୍ରୋନ୍ ବ୍ୟବହାର କରିବାକୁ ଚେଷ୍ଟା କରୁଥିବାରୁ ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ମଧ୍ୟ ଅତିରିକ୍ତ ସତର୍କ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details