ଶ୍ରୀନଗର: ପୁଣି ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ । ଆଜି ଜାମ୍ମୁ କାଶ୍ମୀର ସମ୍ବା ଜିଲ୍ଲାର ଏଲଓସି ନିକଟରୁ ଏକ ପାକିସ୍ତାନୀ ଡ୍ରୋନ ଜବତ ହୋଇଛି । ଏହି ଡ୍ରୋନ୍ଟି ପାକିସ୍ତାନ ପଟୁ ଆସିଥିବା ଜମ୍ମୁ କାଶ୍ମୀର ପୋଲିସ(Jammu and Kashmir police) ଦାବି କରିଛି । ପୋଲିସର ସୂଚନା ମୁତାବକ, ଡ୍ରୋନ୍ଟି ପାକିସ୍ତାନ ପାର୍ଶ୍ବରୁ ଆସି ଏଲଓସି ନିକଟରେ ଖସି ପଡିଥିଲା । ଏଥିରେ କିଛି ପ୍ୟାକେଟ ସଂଲଗ୍ନ ଥିବାର ଦେଖିବାକୁ ମିଳିଥିଲା । ତେଣୁ ବୋମା ଥିବା ସନ୍ଦେହରେ ଘଟଣାସ୍ଥଳକୁ ବୋମା ନିଷ୍କ୍ରିୟ ଟିମ୍କୁ ଡକାଯାଇଥିଲା ।
ପୁଣି ଭାରତୀୟ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ୍ - ଭାରତରେ ଉଡିଲା ପାକିସ୍ତାନ ଡ୍ରୋନ
ଜାମ୍ମୁ କାଶ୍ମୀର ସମ୍ବା ଜିଲ୍ଲାର ଏଲଓସି ନିକଟରୁ ଏକ ପାକିସ୍ତାନୀ ଡ୍ରୋନ ଜବତ । ଅଧିକ ପଢନ୍ତୁ
ପୁଣି ଭାରତୀୟ ସୀମାରେ ପଶିଲା ପାକିସ୍ତାନୀ ଡ୍ରୋନ
ଏହାମଧ୍ୟ ପଢନ୍ତୁ: ବଲାଙ୍ଗୀରରେ ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ: ୨ ନକ୍ସଲ ନିପାତ
ଡ୍ରୋନ୍ ଖସିଥିବା ସ୍ଥାନରେ ଖୋଜାଖୋଜି ପରେ ସେଠାରୁ ଦୁଇ ପିସ୍ତଲ, ୪ଟି ମାଗାଜିନ, ଗୋଟିଏ ଷ୍ଟିଲ IED, ବ୍ୟାଟେରୀ ଏବଂ ୧୦ଟି ଟଙ୍କା ପ୍ୟାକେଟ୍ ଜବତ କରାଯାଇଛି । ଏହି ଡ୍ରୋନଟି ପଡୋଶୀ ପାକିସ୍ତାନ ପଟୁ ଆସିଥିବାର ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ଏନେଇ ଅଧିକ ଛାନଭିନ୍ ଜାରି ରହିଛି । ପୂର୍ବରୁ ମଧ୍ୟ ଏପରି ଅନେକ ଥର ପାକିସ୍ତାନୀ ଡ୍ରୋନ୍ ଭାରତୀୟ ସୀମାରେ ପ୍ରବେଶ କରୁଥିବାର ଦେଖାଯାଇଛି ।