ଓଡିଶା

odisha

ETV Bharat / bharat

ଡ୍ରୋନ ଷ୍ଟ୍ରାଇକ୍‌: ଗୁଜୁରାଟ ଉପକୂଳରୁ 200 ନଟିକାଲ ମାଇଲ ଦୂରରେ ଜାହାଜ ଠାବ, 20 ଭାରତୀୟ ସୁରକ୍ଷିତ - ଇସ୍ରାଏଲୀ ଜାହାଜରେ ଆକ୍ରମଣ

Drone Attack on Israel-affiliated ship: ଗୁଜୁରାଟ ଉପକୂଳରୁ 200 ନଟିକାଲ ମାଇଲ ଦୂରରେ ଜାହାଜକୁ ଠାବ କଲା କୋଷ୍ଟଗାର୍ଡ ହେଲିକପ୍ଟର । ସୁରକ୍ଷିତ ରହିଛନ୍ତି 20 ଭାରତୀୟଙ୍କ ସମେତ ସମସ୍ତ ନାବିକ । ଜାହାଜ ନିକଟକୁ ଯାତ୍ରା ଆରମ୍ଭ କଲା ନୌସେନା ଜାହାଜ । କଧିକ ପଢନ୍ତୁ

ଡ୍ରୋନ ଆଟାକ ଘଟଣା: ଗୁଜୁରାଟ ଉପକୂଳରୁ 200 ନଟିକାଲ ମାଇଲ ଦୂରରେ ଜାହାଜକୁ ଠାବ କଲା କୋଷ୍ଟଗାର୍ଡ ହେଲିକପ୍ଟର
ଡ୍ରୋନ ଆଟାକ ଘଟଣା: ଗୁଜୁରାଟ ଉପକୂଳରୁ 200 ନଟିକାଲ ମାଇଲ ଦୂରରେ ଜାହାଜକୁ ଠାବ କଲା କୋଷ୍ଟଗାର୍ଡ ହେଲିକପ୍ଟର

By ETV Bharat Odisha Team

Published : Dec 23, 2023, 8:42 PM IST

ନୂଆଦିଲ୍ଲୀ: ଇସ୍ରାଏଲ ସହ ଅନୁବନ୍ଧିତ ଏକ ତୈଳ ଟ୍ୟାଙ୍କର ଜାହାଜକୁ ଭାରତୀୟ ଉପକୂଳରେ ଡ୍ରୋନ ଯୋଗେ ଆକ୍ରମଣ କରାଯାଇଥିବା ସୂଚନା ମିଳିବା ପରେ ଭାରତୀୟ ନୌସେନା ଓ କୋଷ୍ଟଗାର୍ଡ ଜାହାଜକୁ ଠାବ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । କୋଷ୍ଟଗାର୍ଡର ଡ୍ରୋନିୟର ସାମୁଦ୍ରିକ ପାଟ୍ରୋଲିଂ ବିମାନ ଖବର ମିଳିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଉକ୍ତ ଜାହାଜର ଅବସ୍ଥିତି ମଧ୍ୟ ସ୍ପଷ୍ଟ କରିବା ସହ ଜାହାଜ କମାଣ୍ଡିଂ ଟିମ ସହ ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି । ଏହି ଜାହାଜଟି ଭାରତ ମହାସାଗର ନୁହେଁ ବରଂ ଭାରତର ପଶ୍ଚିମ-ଉପକୂଳ ଆରବ ସାଗରରେ ଆକ୍ରମଣର ଶିକାର ହୋଇଛି । ଗୁଜୁରାଟ ଉପକୂଳରୁ ପ୍ରାୟ 200 ନଟିକାଲ ମାଇଲ ଦୂରରେ ଏହା ଯାତ୍ରା କରୁଥିବା ବେଳେ ଆଜି ଅପରାହ୍ନରେ ଡ୍ରୋନ ଆକ୍ରମଣର ସାମ୍ନା କରିଛି ।

କୋଷ୍ଟଗାର୍ଡର ସବିଶେଷ ସୂଚନା ଅନୁସାରେ, ଏହି ଜାହାଜଟି ଗୁଜୁରାଟର ଗିର-ସୋମନାଥ ଜିଲ୍ଲା ଉପକୂଳରୁ 200 ନଟିକାଲ ମାଇଲ୍ସ ବା ପ୍ରାୟ 370 କି.ମି ଦୂରରେ ଯାତ୍ରା କରୁଥିଲା । ସବୁଠୁ ବଡ କଥା ହେଲା ସେଥିରେ 20 ରୁ ଅଧିକ ଭାରତୀୟ କ୍ର୍ୟୁ ସଦସ୍ୟ ରହିଛନ୍ତି । ଭାରତୀୟଙ୍କ ସମେତ ଅନ୍ୟ ସମସ୍ତ ନାବିକମାନେ ସୁରକ୍ଷିତ ରହିଛନ୍ତି । ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଜାହାଜଟି ଏକ ତୈଳ ଟ୍ୟାଙ୍କର । ଏହା ସାଉଦି ଆରବିଆର ଏକ ବନ୍ଦରରୁ ମାଙ୍ଗାଲୋର ବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ଆକ୍ରମଣର ଶିକାର ହେବା ପରେ ଜାହାଜଟି ନିଜର ଅଟୋମେଟିକ ଆଡିଣ୍ଟିଫିକେସନ ସିଷ୍ଟମ ଆକ୍ଟିଭ୍‌ କରିଥିଲା । ଫଳରେ ସମୂଦ୍ର ମଧ୍ୟରେ ଏହାର ଅବସ୍ଥିତିକୁ ଶିଘ୍ର ଚିହ୍ନଟ କରାଯାଇ ପାରିଛି । ଡ୍ରୋନିୟର ବିମାନରେ ଥିବା ଭାରତୀୟ କୋଷ୍ଟଗାର୍ଡ ପାଟ୍ରୋଲିଂ ଟିମ ଜାହାଜର ନାବିକ ଦଳ ସହ କଥା ମଧ୍ୟ ହୋଇଛନ୍ତି । ଆକାଶ ମାର୍ଗରୁ ଆକ୍ରମଣ ପରେ ଜାହାଜର କିଛି ଅଂଶରେ ବିସ୍ଫୋରଣ ହୋଇଥିଲେ ସୁଦ୍ଧା ଜାହାଜଟିର ମୁଖ୍ୟ ପାଓ୍ବାର ଜେନେରେସନ ସିଷ୍ଟମ ସଞ୍ଚାଳନକ୍ଷମ ରହିଛି । ତେଣୁ ଜାହାଜଟି ଯାତ୍ରା ଜାରି ରଖିଛି । ଅଧିକ ତଦନ୍ତ ମଧ୍ୟ ଜାରି ରହିଥିବା କୋଷ୍ଟଗାର୍ଡ କହିଛି ।

ଏହା ମଧ୍ୟ ପଢନ୍ତୁ :- ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ

ତେବେ କେବଳ କୋଷ୍ଟଗାର୍ଡ ନୁହେଁ ବରଂ ନୌସେନା ମଧ୍ୟ ଏହି ଅପରେସନରେ ନିୟୋଜିତ ହୋଇଛି । ଗୋଆରେ ଥିବା ନାଭାଲ ବେସ ‘ହଂସ’ରୁ ଏକ ନୌସେନା ଜାହାଜ ମଧ୍ୟ ଘଟଣାସ୍ଥଳକୁ ଯାତ୍ରା ଆରମ୍ଭ କରିଛି । କିଛି ଘଣ୍ଟା ମଧ୍ୟରେ ଏହି ନୌସେନା ଜାହାଜ ମଧ୍ୟ ଉକ୍ତ ଜାହାଜ ନିକଟରେ ପହଞ୍ଚିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details