ଓଡିଶା

odisha

ETV Bharat / bharat

ଲକ୍ଷ୍ନୌରେ ଡିଆରଡିଓ ନିର୍ମାଣ କରିବ କୋଭିଡ ହସପିଟାଲ - ଲକ୍ଷ୍ନୌରେ ଡିଆରଡିଓ ତିଆରି କରିବ କୋଭିଡ ହସପିଟାଲ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିର୍ଦ୍ଦେଶ ପରେ ଡିଆରଡିଓର ସ୍ବତନ୍ତ୍ର ଟିମ ଲକ୍ଷ୍ନୌରେ ପହଞ୍ଚିଛି । ତିଆରି କରିବେ ଦୁଇଟି 500 ରୁ 600 ଶର୍ଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ । ଅଧିକ ପଢନ୍ତୁ...

DRDO team reach for construction of two covid19 hospital in locknow
ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଲକ୍ଷ୍ନୌରେ ଡିଆରଡିଓ ତିଆରି କରିବ କୋଭିଡ ହସପିଟାଲ

By

Published : Apr 16, 2021, 1:05 PM IST

ଲକ୍ଷ୍ନୌ: ପହଞ୍ଚିଲା ଡିଆରଡିଓ ଟିମ , ତିଆରି କରିବେ 500-600 ବିଶିଷ୍ଟ କୋଭିଡ ହସପିଟାଲ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିର୍ଦ୍ଦେଶ ପରେ ଡିଆରଡିଓର ସ୍ବତନ୍ତ୍ର ଟିମ ଲକ୍ଷ୍ନୌରେ ପହଞ୍ଚିଛି । ଉତ୍ତରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଦୁଇଟି ସ୍ବତନ୍ତ୍ର କୋଭିଡ ହସପିଟାଲ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଉତ୍ତରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଡିଆଡିଓ ଟିମ ଉତ୍ତରପ୍ରଦେଶ ଅଭିମୁଖେ ବାହାରିଛି । ଡିଆରଡିଓ ସ୍ବତନ୍ତ୍ର ଟିମ 500ରୁ 600 ଶର୍ଯ୍ୟା ବିଶିଷ୍ଟ ଦୁଇଟି ହସପିଟାଲ ପ୍ରସ୍ତୁତ କରିବେ । ସ୍ବତନ୍ତ୍ର ଭାବରେ ଦୁଇଟି ସ୍ଥାନରେ ତିଆରି କରିବେ । ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶିଳ କରିବା ସହ ଲୋକଙ୍କୁ କୋରୋନା ଗାଇଡଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମହାମାରୀ କୋରୋନାର ଦ୍ବିତୀୟ ଲହରୀ ସାରା ଭାରତରେ ବିସ୍ଫୋରକ ରୂପ ଧାରଣ କରିବାରେ ଲାଗିଛି । ଦିନକୁ ଦିନ ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା ଏହା ବଢିବାଲେ ଲାଗିଛି ମୃତ୍ୟୁ ସଂଖ୍ୟା । ଯାହା ବର୍ତ୍ତମାନ ପରିସ୍ଥିତିରେ ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଚିନ୍ତାର କାରଣ ପାଲଟିଛି ।

ଉତ୍ତରପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 12848 ଆକ୍ଟିଭ ମାମଲା ରହିଛି । 627032 ସୁସ୍ଥ ହୋଇ ଫେରିଛନ୍ତି । ସେମାଙ୍କ ମଧ୍ୟରେ 9480 ଜଣ ମୃ୍ତ୍ୟୁବରଣ କରିଛନ୍ତି । ଦେଶର ବଡ ରାଜ୍ୟ ଯଥା ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି ।

@ANI

ABOUT THE AUTHOR

...view details