ନୂଆଦୀଲ୍ଲୀ:ବିଜ୍ଞାନ ସର୍ବତ୍ର ପୂଜ୍ୟତେ କାର୍ଯ୍ୟକ୍ରମରେ ଯୋଗଦାନ କରିଛି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା(DRDO) । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତ ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଅଧିନୀରେ ବିଜ୍ଞାନ ସର୍ବତ୍ର ପୂଜ୍ୟତେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ତେବେ ପ୍ୟାନ ଇଣ୍ଡିଆର କାର୍ଯ୍ୟକ୍ରମ ଅଧିନରେ ହେଉଥିବା ବିଜ୍ଞାନ ସର୍ବତ୍ର ପୂଜ୍ୟତେ କାର୍ଯ୍ୟକ୍ରମରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନା ବିଷୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ହେବ ।
ତେବେ ଏହି କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଡିଆରଡିଓ ପକ୍ଷରୁ ‘Amrit Mahotsav Science Showcase: Roadmap to 2047’ ନାମକ ଏକ ଶୀର୍ଷକ ରଖାଯାଇଥିବା ବେଳେ ଏଥିରେ ଡିଆରଡିଓ ଦ୍ବାରା ବିଭିନ୍ନ ବିଜ୍ଞାନ ଓ ପ୍ରଜୁକ୍ତିବିଦ୍ୟା ପ୍ରଦର୍ଶନ କରାଯିବ । ଏଥିସହ ଦେଶର ୧୬ଟି ସହରରେ ଡିଆରଡିଓ ଦ୍ବାରା ଏହି ମେଗା ପ୍ରଦର୍ଶନୀ କରାଯିବ ।
ଅନ୍ୟପଟେ ଏହି ମେଗା ପ୍ରଦର୍ଶନୀ ହେବାକୁ ଥିବା ସହରଗୁଡିକ ହେଉଛି, ଆଗ୍ରା, ଆଲମୋରା, ବେଙ୍ଗାଲୁର, ଭୁବନେଶ୍ବର, ଚଣ୍ଡୀଗଡ, ଚେନ୍ନାଇ, ଡେରାଡୁନ, ଦୀଲ୍ଲୀ, ହାଇଦ୍ରାବାଦ, ଯୋଧପୁର, ଲେହ, ମୁମ୍ବାଇ, ମହୀଶୂର, ପୁନେ, ତେଜପୁର, ଏର୍ଣ୍ଣାକୁଲମ, ବିଜୟୱାଡା ଏବଂ ବିଶାଖାପାଟନମ୍ । ତେବେ ଏହାର ମୂଳ ଲକ୍ଷ୍ୟ ହେଉଛି ଡିଆରଡିଓ ଦ୍ବାରା କରାଯାଉଥିବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ସହ ୨୦୪୭ ପର୍ଯ୍ୟନ୍ତ ରାସ୍ତାରେ ଧାରଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରୟାସ ପ୍ରଦର୍ଶନ କରିବା । ଏଥିସହ ଡିଆରଡିଓ ଦ୍ବାରା ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରସସ୍ତ୍ର ଓ ପ୍ରଜୁକ୍ତିବିଦ୍ୟା ପ୍ରଦର୍ଶିତ କରାଯିବ ।