ଓଡିଶା

odisha

ତିରୁପତି ମନ୍ଦିରକୁ ସୁରକ୍ଷା ଦେବ DRDOର ଆଣ୍ଟିଡ୍ରୋନ ଟେକ୍ନୋଲୋଜି

By

Published : Jul 24, 2021, 7:35 AM IST

ତିରୁମାଲା ତିରୁପତି ଦେବସ୍ଥାନମରେ ଲାଗି DRDO ଦ୍ବାରା ପ୍ରସ୍ତୁତ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି । ଅଧିକ ପଢ଼ନ୍ତୁ...

DRDO’s Rs 25 crore anti-drone technology, anti-drone technology,  safeguard Tirupati temple, ତିରୁପତି ମନ୍ଦିରକୁ ସୁରକ୍ଷା, DRDOର ଆଣ୍ଟିଡ୍ରୋନ ଟେକ୍ନୋଲୋଜି
ତିରୁପତି ମନ୍ଦିରକୁ ସୁରକ୍ଷା ଦେବ DRDOର ଆଣ୍ଟିଡ୍ରୋନ ଟେକ୍ନୋଲୋଜି

ତିରୁପତି: ଦେଶର ପ୍ରଥମ ମନ୍ଦିର ଭାବେ ତିରୁମାଲା ତିରୁପତି ଦେବସ୍ଥାନମ ପାଇଁ DRDO ଦ୍ବାରା ପ୍ରସ୍ତୁତ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି । ତିରୁମାଲା ସ୍ଥିତ ଭଗବାନ ଭେଙ୍କଟେଶ୍ବରଙ୍କ ମନ୍ଦିରର ସୁରକ୍ଷା ପାଇଁ ଏହାକୁ ଲଗାଯିବ ।

ଜୁନରେ ଜମ୍ମୁ ସ୍ଥିତ ବାୟୁସେନା ବେସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଡ୍ରୋନର ବ୍ୟବହାର ହୋଇଥିଲା, ଯାହାପରେ ଜୁଲାଇ ୬ ତାରିଖରେ DRDO କର୍ଣ୍ଣାଟକ କୋଲାର ଠାରେ ଏହାର ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ପ୍ରଦର୍ଶନ କରିଥିଲା । ଦେଶର ବିଭିନ୍ନ ପୋଲିସ ବିଭାଗ ସହ ତିରୁମାଲା ତିରୁପତି ମନ୍ଦିର ଟ୍ରଷ୍ଟର ଭିଜିଲାନ୍ସ ଓ ସୁରକ୍ଷା ବିଭାଗ ମୁଖ୍ୟ, ଗୋପିନାଥ ଜଟ୍ଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଚିହ୍ନଟ (detection), ବାଧାଦେବା (jamming), କାଉଣ୍ଟର କରିବା (countermeasures) ଭଳି କ୍ଷମତା ଥିବା DRDO ଦ୍ବାରା ନିର୍ମିତ ଗୋଟିଏ ଆଣ୍ଟି ଡ୍ରୋନ ସିଷ୍ଟମର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ।

କିନ୍ତୁ ଯଦି ୧୦୦ରୁ ଅଧିକ ସିଷ୍ଟମ ପାଇଁ ଅର୍ଡର ଦିଆଯାଏ ତେବେ ଏହା ଗୋଟାକୁ ୨୨ କୋଟି ଟଙ୍କାରେ ଉପଲବ୍ଧ ହେବ ।

DRDO ବର୍ତ୍ତମାନ ପାଇଁ ଏହି ସିଷ୍ଟମ ତିଆରି କରିବ । ପରବର୍ତ୍ତୀ ସମୟରେ ଏହା ଟପ୍‌ କମ୍ପାନୀ ଗୁଡ଼ିକ ସହ ମିଶି ଉତ୍ପାଦନ ବଢ଼ାଇବା ସହ ଦର ମଧ୍ୟ କମ୍‌ କରିବ ।

ଏହି ସିଷ୍ଟ ୪ କିମି ପର୍ଯ୍ୟନ୍ତ ଚିହ୍ନଟ କ୍ଷମତା ରଖେ । ଏହାସହ ଏହାର ବାଧଦେବା କ୍ଷମତା ଡ୍ରୋନର ଯୋଗାଯୋଗକୁ ମଧ୍ୟ ବିଚ୍ଛିନ୍ନ କରିପାରିବ ଏବଂ ଜିପଏସ ରିମୋଟ ଲୋକେଟିଙ୍ଗ ସିଷ୍ଟମକୁ ଅକ୍ଷମ କରିବ । କେବଳ ସେତିକି ନୁହେଁ ଏହି ସିଷ୍ଟମ ଛୋଟ ଛୋଟ ଡ୍ରୋନକୁ ନଷ୍ଟ କରିବାରେ ମଧ୍ୟ ସକ୍ଷମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details