ଓଡିଶା

odisha

ETV Bharat / bharat

ଶକ୍ତିଶାଳୀ UAV ଡ୍ରୋନ ‘ଘାତକ’ର ସଫଳ ପରୀକ୍ଷଣ; ଏଲିଟ୍ କ୍ଲବରେ ଭାରତ, ଟେନସନରେ ପାକିସ୍ତାନ-ଚୀନ - ସ୍ବଦେଶୀ ହାଇସ୍ପିଡ ଫ୍ଲାଇଙ୍ଗ ୱିଙ୍ଗ ୟୁଏଭି

କର୍ଣ୍ଣାଟକ ଚିତ୍ରଦୁର୍ଗରେ ସ୍ବଦେଶୀ ଦ୍ରୁତଗାମୀ ମାନବ ବିହୀନ ବିମାନ UAVର ସଫଳ ପରୀକ୍ଷଣ ହୋଇଛି । ଏହି କ୍ଲବରେ ସାମିଲ ହେଲା ଭାରତ । ଅଧିକ ପଢନ୍ତୁ

Flying Wing Technology Demonstrator
Flying Wing Technology Demonstrator

By ETV Bharat Odisha Team

Published : Dec 15, 2023, 7:28 PM IST

ବେଙ୍ଗାଲୁରୁ:ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆଜି (ଶୁକ୍ରବାର) ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦ୍ରୁତଗାମୀ ମାନବ ବିହୀନ ବିମାନ ‘ଘାତକ’ର ସଫଳ ପରୀକ୍ଷଣ କରାଯାଇଛି । କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନଟିକ୍ସ ଟେଷ୍ଟ ରେଞ୍ଜ (ATR)ରେ ପରୀକ୍ଷଣ କରାଯାଇଛି । ୟୁଏଭିର ସଫଳ ପରୀକ୍ଷଣ ପରେ ଭାରତକୁ ମିଳିଛି ସଫଳତା । ଫ୍ଲାଇଙ୍ଗ ୱିଙ୍ଗ କନଫିଗରେସନ ନିୟନ୍ତ୍ରଣ କରିବାରେ ସଫଳତା ହାସଲ କରିଥିବା ଦେଶଗୁଡ଼ିକ ସହିତ ଭାରତ ସାମିଲ ହୋଇଛି ।

ଏହି ମାନବ ବିହୀନ ଉଡାଜାହାଜକୁ ଡିଆରଡିଓର ଏରୋନଟିକାଲ ଡେଭଲପମେଣ୍ଟ ଇଷ୍ଟାବ୍ଲିଶମେଣ୍ଟ (ADE) ଦ୍ବାରା ଡିଜାଇନ କରାଯାଇଥିବା ବେଳେ ଏହାର ନିର୍ମାଣ କରାଯାଇଛି । ଏହା ବିମାନର ଉଡାଣର ପ୍ରଦର୍ଶନ ପ୍ରଥମେ ଜୁଲାଇ ୨୦୨୨ରେ କରାଯାଇଥିଲା । ଏହାପରେ ବିମାନର ଅନେକ ଅଂଶରେ ଆହୁରି ବିକାଶ କରାଯାଇ ଏଯାବତ ୬ଥର ପରୀକ୍ଷାମୂଳକ ଉଡାଣ କରାଯାଇଛି । ଏହି ବିମାନକୁ ହାଲୁକା କରିବା ଲାଗି ସ୍ବତନ୍ତ୍ର ସାମଗ୍ରୀ ବ୍ୟବହାର କରାଯାଇଛି । ଫଳରେ ଓଜନ ହାଲୁକା ହେଲେ ବିମାନଟି କ୍ଷିପ୍ର ଗତିରେ ଉଡ଼ିପାରିବ ।

ଏହା ବି ପଢନ୍ତୁ- ମହାକାଶରେ ଶକ୍ତି ଦେଖାଇବ ଭାରତ, ମାନବ ପୂର୍ବରୁ ପ୍ରେରଣ କରାଯିବ ମହିଳା ରୋବଟ

ଏହି ବିମାନରୁ ଆଉ ଏକ ସ୍ବତନ୍ତ୍ରତା ହେଉଛି ଏହା ସ୍ବୟଂଚାଳିତ ଭାବେ ଲ୍ୟାଣ୍ଡିଂ ମଧ୍ୟ କରିବ । ଏଥିଲାଗି ଗ୍ରାଉଣ୍ଡ ରାଡାର ବା ପାଇଲଟର କୌଣସି ଆବଶ୍ୟକତା ନାହିଁ । ଆଜି ପରୀକ୍ଷଣ ବେଳେ ଏହା ମଧ୍ୟ ପ୍ରମାଣିତ ହୋଇଛି । ଏହା କେବଳ ଅନବୋର୍ଡ ସେନ୍ସର ଡାଟା ପାଇଁ ସମ୍ଭବ ହୋଇପାରୁଛି । ଏଥିଲାଗି ସ୍ବଦେଶୀ ଗଗନ ରିସିଭର ମଧ୍ୟ ଯାହା କାର୍ଯ୍ୟ କରୁଛି । ଯାହାକି ଜିପିଏସ ନାଭିଗେସନର ସଠିକ ତଥ୍ୟ ଏହି ମାନବ ବିହୀନ ବିମାନକୁ ପ୍ରେରଣ କରିଥାଏ ।

ତେବେ ଆଜି ୟୁଏଭିର ସଫଳ ପରୀକ୍ଷଣ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ପ୍ରଶଂସା କରିଛନ୍ତି । ଭାରତରେ ଏଭଳି ଜଟିଳ ଟେକ୍ନୋଲୋଜିର ବିକାଶ କରି ସ୍ବଦେଶୀ ମାନବ ବିହୀନ ବିମାନ ନିର୍ମାଣ କରାଯାଉଛି । ଯାହାଦ୍ବାରା ଭାରତର ସେନା ବାହିନୀ ଆହୁରି ସୁଦୃଢ ହେବାକୁ ଯାଉଛି । ଏହି ସ୍ବତନ୍ତ୍ର ମାନବ ବିହୀନ ବିମାନର ସଫଳ ପରୀକ୍ଷଣ ପରେ ଭାରତ ଫ୍ଲାଇଙ୍ଗ ୱିଙ୍ଗ କନଫିଗରେସନ ନିୟନ୍ତ୍ରଣ କରିବା ଦେଶଗୁଡ଼ିକ ସହିତ ସମକକ୍ଷ ହୋଇପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details