ଓଡିଶା

odisha

By

Published : May 28, 2021, 6:33 PM IST

ETV Bharat / bharat

ବଜାରକୁ ଆସିଲା 2 ଡିଜି, ଜାଣନ୍ତୁ କେତେ ରହିଛି ମୂଲ୍ୟ ?

କୋରୋନା ରୋଗୀଙ୍କ ଅକ୍ସିଜେନରେ ସୁଧାର ଆଣୁଥିବା ଏହି ଔଷଧର ପ୍ରତି ପାଉଚ୍‌ର ମୂଲ୍ୟ 990 ଟଙ୍କା ସ୍ଥିର କରାଯାଇଛି । ସରକାରୀ ହସ୍ପିଟାଲରେ ଏହି ଔଷଧ କମ ମୂଲ୍ୟରେ ମିଳିବ । ଅଧିକ ପଢନ୍ତୁ...

ବଜାରକୁ ଆସିଲା 2 ଡିଜି, ଜାଣନ୍ତୁ କେତେ ରହିଛି ମୂଲ୍ୟ ?
ବଜାରକୁ ଆସିଲା 2 ଡିଜି, ଜାଣନ୍ତୁ କେତେ ରହିଛି ମୂଲ୍ୟ ?

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ପକ୍ଷରୁ ବିକଶିତ ଆଣ୍ଟି କୋଭିଡ ଔଷଧ 2 ଡିଜିର ମୂଲ୍ୟକୁ ନେଇ ସାମ୍ନାକୁ ଆସିଛି ବଡ ସୂଚନା । କୋରୋନା ରୋଗୀଙ୍କ ଅକ୍ସିଜେନରେ ସୁଧାର ଆଣୁଥିବା ଏହି ଔଷଧର ପ୍ରତି ପାଉଚ୍‌ର ମୂଲ୍ୟ 990 ଟଙ୍କା ସ୍ଥିର କରାଯାଇଛି । ସରକାରୀ ହସ୍ପିଟାଲରେ ଏହି ଔଷଧ କମ ମୂଲ୍ୟରେ ମିଳିବ ।

ମହାମାରୀ କୋରୋନାର ଦ୍ବିତୀୟ ଲହରୀରେ ଦୃତଗତିରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ହ୍ରାସ ପାଉଥିବା ଅକ୍ସିଜେନ ଲେବଲ୍‌ରେ ସୁଧାର ଆଣିବା ପାଇଁ ଆଣ୍ଟି କୋଭିଡ-19 ଔଷଧ 2 ଡିଜି ଲଞ୍ଚ କରିଛି । ମହାମାରୀ କୋରୋନା ସଙ୍କଟ ସମୟରେ ଏହି ଔଷଧକୁ ଅସ୍ତ୍ର ଭାବରେ ବିବେଚନା କରାଯାଉଛି ।

2ଟି ପର୍ଯ୍ୟାୟରେ ଏହି ଔଷଧକୁ ଲଞ୍ଚ କରାଯାଇଥିଲା । ବଜାରକୁ ମଧ୍ୟ ଆସିସାରିଲାଣି 2 ଡିଜି ଔଷଧ । 2-ଡିଜି ଔଷଧ ଆତ୍ମନିର୍ଭର ଦିଗରେ ଏକ ମାଇଲଖୁଣ୍ଟ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ABOUT THE AUTHOR

...view details