ଓଡିଶା

odisha

ETV Bharat / bharat

SANT ମିସାଇଲ ସଫଳ ପରୀକ୍ଷଣ, ହେଲିକପ୍ଟରରୁ ହିଟ୍ କଲା ଟାର୍ଗେଟ - ଲକ୍ଷ୍ୟଭେଦ କଲା ଷ୍ଟାଣ୍ଡଅଫ ଆଣ୍ଟିଟ୍ୟାଙ୍କ ମିଶାଇଲ

SANT (Stand-Off Anti-Tank) ମିସାଇଲ ପରୀକ୍ଷଣ ସଫଳ । ପୋଖରନ ରେଞ୍ଜରେ ହେଲିକପ୍ଟରରୁ ସଫଳତାର ସହ ଟାର୍ଗେଟକୁ କଲା ଲକ୍ଷ୍ୟଭେଦ । ରହିଛି 10 କି.ମି ଯାଏଁ ଟାର୍ଗେଟ ହିଟ୍ କ୍ଷମତା । DRDOକୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

SANT ମିସାଇଲ ପରୀକ୍ଷଣ ସଫଳ, ହେଲିକପ୍ଟରରୁ ଟାର୍ଗେଟକୁ କଲା ସଠିକ ଲକ୍ଷ୍ୟଭେଦ
SANT ମିସାଇଲ ପରୀକ୍ଷଣ ସଫଳ, ହେଲିକପ୍ଟରରୁ ଟାର୍ଗେଟକୁ କଲା ସଠିକ ଲକ୍ଷ୍ୟଭେଦ

By

Published : Dec 11, 2021, 8:09 PM IST

ଜୟପୁର:ସିଙ୍ଗଲ ଡେ’ରେ ଡିଆରଡିଓକୁ ଡବଲ ସଫଳତା । ପିନାକା ପରେ ଦମ ଦେଖାଇଲା ଆଣ୍ଟି-ଟ୍ୟାଙ୍କ ମିସାଇଲ୍ । ହେଲକପ୍ଟରରୁ ହିଟ୍ କଲା ପିନପଏଣ୍ଟ ଟାର୍ଗେଟ । ଯାହା ଦେଶର ପ୍ରତିରକ୍ଷା ଶକ୍ତିକୁ ବଳ ଦେବା ସହିତ ଶତ୍ରୁଙ୍କୁ ଡାଇରେକ୍ଟ ଚେତାବନୀ ଦେଇଛି ।

SANT ମିସାଇଲ ପରୀକ୍ଷଣ ସଫଳ, ହେଲିକପ୍ଟରରୁ ଟାର୍ଗେଟକୁ କଲା ସଠିକ ଲକ୍ଷ୍ୟଭେଦ

ରାଜସ୍ଥାନର ପୋଖରନରେ ସଫଳତାର ସହ ପରୀକ୍ଷଣ ହେଲା ଷ୍ଟାଣ୍ଡଅଫ ଆଣ୍ଟିଟ୍ୟାଙ୍କ ମିସାଇଲ (Stand-Off Anti-Tank) । ହେଲିକପ୍ଟରରୁ ଏହାକୁ ପରୀକ୍ଷଣ କରାଯାଇଥିବାବେଳେ ଏହା ଭୃପୃଷ୍ଠରେ ରଖାଯାଇଥିବା ଟାର୍ଗେଟକୁ ସଫଳତାର ସହ ଲକ୍ଷ୍ୟଭେଦ କରିଛି । ଏହି ମିସାଇଲ ହେଲିକପ୍ଟରରୁ ଉତକ୍ଷେପଣ କରାଯାଇ ପାରୁଥିବା ବେଳେ ଏଥିରେ 10 କି.ମି ମଧ୍ୟରେ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରି ନଷ୍ଟ କରିବାର କ୍ଷମତା ବିକଶିତ କରାଯାଇଥିବା ସୂଚନା ଦେଇଛି DRDO ।

SANT ମିସାଇଲକୁ DRDO ସହଭାଗିତାରେ ହାଇଦ୍ରାବାଦ ସ୍ଥିତ (RCI)ରେ ପ୍ରସ୍ତୁତ କରାଯାଇଛି । ସ୍ବଦେଶୀ ଜ୍ଞାନକୌଳରେ ନିର୍ମିତ stand-off weapons ସିରିଜର ଏହା ତୃତୀୟ ସଂସ୍କରଣ ବୋଲି ଡିଆରଡିଓ କହିଛି । ତେବେ ଆଜିର ପରୀକ୍ଷଣ ନେଇ ଡିଆରଡିଓ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ଆଜିର ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ମୁଖ୍ୟ ତଥା ଅଧ୍ୟକ୍ଷ ଜି.ସତିଶ ରେଡ୍ଡୀ ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ମିସାଇଲ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details