ଓଡିଶା

odisha

ETV Bharat / bharat

IT, AI, Robotics In Technological Warfare: ରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ନୂଆ ଯୁଗ ଆରମ୍ଭ କିରଛି DRDO

DRDOକୁୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଶଂସା । କହିଲେ ଆରମ୍ଭ ହୋଇଛି ପ୍ରଯୁକ୍ତିବିଦ୍ୟାର ନୂଆ ଯୁଗ । ସିଡିଏସ ବିପିନ ରାଓ୍ବତଙ୍କୁ ମଧ୍ୟ ମନେ ପକାଇଲେ ରାଜନାଥ । ଅଧିକ ପଢନ୍ତୁ

ପ୍ରତିରକ୍ଷା ବ୍ୟବସ୍ଥାରେ ପ୍ରଯୁକ୍ତିବିଦ୍ୟାର ନୂଆ ଯୁଗ ଆରମ୍ଭ କିରଛି DRDO
ପ୍ରତିରକ୍ଷା ବ୍ୟବସ୍ଥାରେ ପ୍ରଯୁକ୍ତିବିଦ୍ୟାର ନୂଆ ଯୁଗ ଆରମ୍ଭ କିରଛି DRDO

By

Published : Dec 14, 2021, 6:08 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଏକ ନୂଆ ଯୁଗ ଆରମ୍ଭ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) । ପ୍ରଯୁକ୍ତିବିଦ୍ୟା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (କୃତିମ ବୁଦ୍ଧିମତା) ଓ ରୋବଟିକ ଟେକ୍ନୋଲୋଜି (information technology, artificial intelligence, and robotics in technological warfare) ବ୍ୟବହାର କ୍ଷେତ୍ରେରେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ନୂଆ ଯୁଗ ଆରମ୍ଭ କରିଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଭବିଷ୍ୟତର ପ୍ରତିରକ୍ଷା ବ୍ୟବସ୍ଥା ଓ ଆହ୍ବାନ ଗୁଡିକୁ ଦୃଷ୍ଟିରେ ରଖି DRDO ନିରନ୍ତର ତାର ଗବେଷଣା ଜାରି ରଖିଛି । ପ୍ରତ୍ୟେକ ଦିନ ଆମେ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗେଇ ଚାଲିଛୁ । DRDO ବର୍ତ୍ତମାନ ଏକ ନୂଆ ତଥା ପ୍ରମୂଖ ଭୂମିକାରେ ରହିଛି । କେବଳ ପ୍ରତିରକ୍ଷା ଗବେଷଣା ନୁହେଁ ବରଂ ଘରୋଇ କ୍ଷେତ୍ରରେ ଇନ-ହାଉସ ରିସର୍ଚ୍ଚକୁ ମଧ୍ୟ ଗତି ଦେବାର DRDO ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ସେହିପରି ସିଡିଏସଙ୍କ ହେଲିକପ୍ଟର ଦୁର୍ଘଟଣାକୁ ମଧ୍ୟ ମନେ ପକାଇ ବର୍ତ୍ତମାନ ସମୟରେ ଆମେ ଉଭୟ ଖୁସି ଓ ଦୁଖଃକୁ ନେଇ ଆଗକୁ ବଢୁଛୁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଗୋଟିଏ ପଟେ ଆମେ ଦେଶର ୭୫ ତମ ସ୍ବାଧୀନତା ପାଇଁ ଆଜାଦି କି ଅମୃତ ମହତ୍ସୋବ ପାଳନ କରୁଥିବା ବେଳେ ସିଡିଏସ ବିପିନ ରାଓ୍ବାତ ଏବଂ ଅନ୍ୟ ୧୧ ଜଣ ପ୍ରତିରକ୍ଷା ଅଧିକାରୀ ଓ କର୍ମଚାରୀଙ୍କ ଅକାଳ ବିୟୋଗ ଦେଶ ପାଇଁ ଏକ ଦୁଖଃଦ ସମୟ ସୃଷ୍ଟି କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details