ଓଡିଶା

odisha

ETV Bharat / bharat

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଜାଣନ୍ତୁ କ'ଣ ରହିଛି ବିଶେଷ କ୍ଷମତା - ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସହ ଭାରତୀୟ ସେନାର ସୁପ୍ରିମୋ କମାଣ୍ଡର ଭଳି ଅନେକ ଗୁରୁତ୍ବପୂର୍ଣ୍ଣ କ୍ଷମତାର ଅଧିକାରିଣୀ ହୋଇଛନ୍ତି । ଜାଣନ୍ତୁ ରାଷ୍ଟ୍ରପତିଙ୍କ ବିଶେଷ କ୍ଷମତା ସମ୍ପର୍କରେ

ମହାମହିମ ଦ୍ରୌପଦୀ ମୁର୍ମୁ: ଜାଣନ୍ତୁ କ'ଣ ରହିଛି ବିଶେଷ କ୍ଷମତା
ମହାମହିମ ଦ୍ରୌପଦୀ ମୁର୍ମୁ: ଜାଣନ୍ତୁ କ'ଣ ରହିଛି ବିଶେଷ କ୍ଷମତା

By

Published : Jul 22, 2022, 2:24 PM IST

ନୂଆଦିଲ୍ଲୀ:ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଏହା ଏକ ମର୍ଯ୍ୟାଦାପୂର୍ଣ୍ଣ ପଦ । ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ ଅଟନ୍ତି । ଗୋଟିଏ ଆଦିବାସୀ ପରିବାରରୁ ଆସି ଦେଶର ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୁର୍ମୁ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହିତ ସେ କିଛି ବିଶେଷ କ୍ଷମତାର ଅଧିକାରିଣୀ ହୋଇଛନ୍ତି । ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମଧ୍ୟ ଅଟନ୍ତି । ଏହି ଦୃଷ୍ଟିରୁ ଦେଶର ତିନୋଟି ଯାକ ସ୍ଥଳସେନା, ନୌସେନା ଓ ବାୟୁସେନାର କମାଣ୍ଡ ଧରିବେ ନବ ନିର୍ବାଚିତ ଦ୍ରୌପଦୀ ମୁର୍ମୁ । ତେବେ ଜାଣନ୍ତୁ ରାଷ୍ଟ୍ରପତିଙ୍କ ଏଭଳି କିଛି ବିଶେଷ କ୍ଷମତା ଓ ଦାୟିତ୍ବ ସମ୍ପର୍କରେ

ରାଷ୍ଟ୍ରପତିଙ୍କ ବିଶେଷ କ୍ଷମତା ଓ ଦାୟିତ୍ବ :

  • ରାଷ୍ଟ୍ରପତିଙ୍କ ପ୍ରମୁଖ ଦାୟିତ୍ବ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରିବା ଓ ସମ୍ବିଧାନକୁ ସୁରକ୍ଷା ଦେବା ।
  • ଭାରତର ମୁଖ୍ୟ ବିଚାରପତି, ରାଜ୍ୟ ହାଇକୋର୍ଟର ବିଚାରପତି, ରାଜ୍ୟପାଳ, ନିର୍ବାଚନ ଅଧିକାରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି ।
  • ରାଷ୍ଟ୍ରପତିଙ୍କ ବିନା ଅନୁମତିରେ ସଂସଦର କୌଣସି ବିଲ୍ ପାସ୍ ହୋଇପାରିବ ନାହିଁ । ମନି ବିଲ୍ ବ୍ୟତୀତ ଅନ୍ୟ ସମସ୍ତ ବିଲ୍‌କୁ ସେ ପୁନଃବିଚାର ପାଇଁ ପଠାଇପାରିବେ । ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ବିଲ୍ ଆଇନରେ ପରିଣତ ହୋଇଥାଏ ।
  • ଅନୁଚ୍ଛେଦ ୭୨ ଅଧିନରେ ରାଷ୍ଟ୍ରପତି ଯେକୌଣସି ଅପରାଧି ପାଇଁ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ସଜ୍ଜାକୁ କମ୍ ଅଥବା କ୍ଷମା କରିପାରିବେ । ମୃତ୍ୟୁଦଣ୍ଡକୁ କାରାଦଣ୍ଡ ପରିବର୍ତ୍ତନର କରିପାରିବାର କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ରହିଛି ।
  • ଅନୁଚ୍ଛେଦ ୩୫୨ ଅଧିନରେ ରାଷ୍ଟ୍ରପତି ଯୁଦ୍ଧ କିମ୍ବା ବାହ୍ୟ ଆକ୍ରମଣ ସ୍ଥିତିରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ ।
  • ରାଷ୍ଟ୍ରପତି ଅନୁଚ୍ଛେଦ ୩୫୬ ଅଧିନରେ ଦେଶର କୌଣସି ସ୍ଥାନରେ ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ ।
  • ଦେଶର ଅର୍ଥନୈତିକ ସଙ୍କଟ ସ୍ଥିତିରେ ସେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିପାରିବେ ।
  • ସମସ୍ତ ଅନ୍ତରାଷ୍ଟ୍ରୀୟ ବୁଝାମଣା ଓ ସନ୍ଧି ରାଷ୍ଟ୍ରପତି ନାମରେ ହିଁ ହୋଇଥାଏ ।

ABOUT THE AUTHOR

...view details