ଓଡିଶା

odisha

ETV Bharat / bharat

ନୂଆ Chief Economic Advisor ହେଲେ ଭି ଅନନ୍ତ ନାଗେଶ୍ବରନ - ଡ ଭି ଅନନ୍ତ ନାଗେଶ୍ବରନଙ୍କୁ ବଡ ଦାୟିତ୍ବ ଦେଲେ କେନ୍ଦ୍ର ସରକାର

ଡ. ଭି ଅନନ୍ତ ନାଗେଶ୍ବରନ ହେଲେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା । ଅଧିକ ପଢନ୍ତୁ

Chief Economic Advisor
Chief Economic Advisor

By

Published : Jan 28, 2022, 9:29 PM IST

ନୂଆଦିଲ୍ଲୀ:ଡ. ଭି ଅନନ୍ତ ନାଗେଶ୍ବରନ ହେଲେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (Dr V Anantha Nageswaran appointed as the Chief Economic Advisor) । ଆଗାମୀ ସପ୍ତାହରେ ଆର୍ଥିକ ବର୍ଷ 2022-23 ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବଜେଟ ଉପସ୍ଥାପନ ପୂର୍ବରୁ ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଫଳରେ ଖାଲି ଥିବା ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦବୀ ପୂରଣ କରିଛନ୍ତି କେନ୍ଦ୍ର ସରକାର । ଡ. ଭି ଅନନ୍ତ ନାଗେଶ୍ବରନ ଆଜି ଠାରୁ ନିଜ ଦାୟିତ୍ବ ଗ୍ରହଣ କରିଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଡ. ଭି ଅନନ୍ତ ନାଗେଶ୍ବରନ ହେଉଛନ୍ତି ଜଣେ ଲେଖକ, ଶିକ୍ଷକ ଓ ଅର୍ଥନୀତି ବିଶେଷଜ୍ଞ । ଏକାଧିକ ବିଜନେସ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଥିବା ବେଳେ, ଭାରତ ସମେତ ସିଙ୍ଗାପୁରର ବିଭିନ୍ନ ବାଣିଜ୍ୟକ ଶିକ୍ଷାନୁଷ୍ଠାନ ସହ ଜଡିତ ଥିଲେ । ଏହାସହ ବର୍ଷ 2019 ରୁ 2021 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶ ପରିଷଦର ଅସ୍ଥାୟୀ ସଦସ୍ୟ ଥିଲେ ।

ଭି.ଅନନ୍ତ ନାଗେଶ୍ବରନ (Institute for Financial Management and Research) ଗ୍ରାଜୁଏଟ ସ୍କୁଲ ଅଫ ବିଜନେସରେ କୁଳପତି ଭାବେ କାର୍ଯ୍ୟକରିଥିଲେ । ଏହାବାଦ କେଆରଇଏ ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ରର ବରିଷ୍ଠ ପ୍ରଫେସର ଥିଲେ ।

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଥିବା କ୍ରୀଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ ନିଜ 3 ବର୍ଷିଆ କାର୍ଯ୍ୟକାଳ ଶେଷ ହେବାପରେ ପୁଣିଥରେ ଅଧ୍ୟାପନା କ୍ଷେତ୍ରକୁ ଫେରିଯାଇଥିଲେ । କେନ୍ଦ୍ର ସରକାର ମଧ୍ୟ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ତାଙ୍କୁ ଦାୟିତ୍ବ ମୁକ୍ତ କରିଥିଲେ । ଫଳରେ ଗତବର୍ଷ ଡିସେମ୍ବରୁ ଏହି ପଦ ଖାଲି ପଡିଥିଲା । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦ ନିଯୁକ୍ତି ପାଇଁ ସରକାର ଆବେଦନ ପତ୍ର ଆହ୍ବାନ କରିଥିଲେ ।

@IANS

For All Latest Updates

TAGGED:

ABOUT THE AUTHOR

...view details