ଓଡିଶା

odisha

ETV Bharat / bharat

ଭାରତରେ ହେବନି sputnik light 3ୟ ପର୍ଯ୍ୟାୟ ଟ୍ରାଏଲ୍ - ସ୍ପୁଟନିକ ଲାଇଟ

ଭାରତରେ ହେବନି ଋଷ ଟିକା ସ୍ପୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ଟ୍ରାଏଲ । ଏନେଇ ଡ ରେଡ୍ଡୀଙ୍କ ଲାବ୍ରୋଟୋରିକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ମନା କରିଦେଇଛି । ଅଧିକ ପଢନ୍ତୁ...

ଭାରତରେ ହେବନାହିଁ ସ୍ପୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ
ଭାରତରେ ହେବନାହିଁ ସ୍ପୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

By

Published : Jul 1, 2021, 7:16 PM IST

ନୂଆଦିଲ୍ଲୀ:ଭାରତରେ ହେବନାହିଁ ଋଷ ଟିକା ସ୍ପୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଏନେଇ ଡ ରେଡ୍ଡୀଙ୍କ ଲାବ୍ରୋଟୋରିକୁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ମନା କରିଦେଇଛି । ସ୍ପୁଟନିକ ଭି ଲଞ୍ଚ କରିବା ପରେ ଋଷ ମେ ମାସରେ ସ୍ପୁଟନିକ ଲାଇଟ ନାମକ ଏକ ନୂତନ ଟିକା ଆଣିଥିଲା ।

ଋଷର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏପିଡେମିଓଲୋଜି , ମାଇକ୍ରୋବାୟୋଲୋଜି ଏବଂ ଋଷିଆନ ଡାଇରେକ୍ଟ ଇନଭେଶ୍ଟମେଣ୍ଟ ଫଣ୍ଡ (RDIF) ଦ୍ବାରା ସ୍ପୁଟନିକ ଲାଇଟ ମଧ୍ୟ ବିକଶିତ ହୋଇଛି।

ଆରଡିଏଫ୍ ପୂର୍ବରୁ କହିଥିଲେ ଯେ ବୃଦ୍ଧମାନଙ୍କ ଶରୀରରେ ଋଷିଆର ସ୍ପୁଟନିକ ଲାଇଟ କରୋନା ଭାଇରସ ଟିକା 78.6 ପ୍ରତିଶତରୁ 83.7 ପ୍ରତିଶତ ପ୍ରଭାବଶାଳୀ କରିଥାଏ। ଏନେଇ Buenos Aires province ର ସ୍ବାସ୍ଥ୍ୟମନ୍ତ୍ରାଳୟର ପ୍ରକାଶିତ ଏକ ତଥ୍ୟରୁ ଜଣାପଡିଛି ।

ତଥ୍ୟ ଅନୁଯାୟୀ, 60-79 ବର୍ଷ ବୟସର 186,000 ରୁ ଅଧିକ ଲୋକଙ୍କ ମଧ୍ୟରୁ 40,000 ରୁ ଅଧିକ ଲୋକ ଏହି ଟିକାର ପ୍ରଥମ ଡୋଜ ନେଇଥିଲେ । ଯାହାକି 21 ରୁ 40 ଦିନ ମଧ୍ୟରେ ସଂକ୍ରମଣ ହାର ମାତ୍ର 0.446 ପ୍ରତିଶତ ଥିଲା । ସରକାରୀ ତଥ୍ୟ ଅନୁଯାୟୀ ଠିକ୍ ଏହି ସମୟରେ ଟୀକାକରଣ ହୋଇନଥିବା ବୟସ୍କଙ୍କ ମଧ୍ୟରେ 2.47 ପ୍ରତିଶତ ସଂକ୍ରମଣ ହାର ଥିଲା ।

@ANI

ABOUT THE AUTHOR

...view details