ଓଡିଶା

odisha

By

Published : Jun 19, 2021, 10:19 AM IST

Updated : Jun 19, 2021, 12:26 PM IST

ETV Bharat / bharat

ପରଲୋକରେ DPIIT ସଚିବ ଗୁରୁପ୍ରସାଦ ମହାପାତ୍ର

DPIIT ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ । ନିକଟରେ କୋଭିଡରେ ଆକ୍ରାନ୍ତ ହୋଇ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ପରଲୋକରେ DPIIT ସଚିବ ଗୁରୁପ୍ରସାଦ ମହାପାତ୍ର
ପରଲୋକରେ DPIIT ସଚିବ ଗୁରୁପ୍ରସାଦ ମହାପାତ୍ର

ନୂଆଦିଲ୍ଲୀ: ଚାଲିଗଲେ DPIIT ସଚିବ ଗୁରୁପ୍ରସାଦ । ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ ମୃତ୍ୟୁ ଘଟିଛି । ସେ ନିକଟରେ କୋରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାର ଆଜି(ଶନିବାର) ସେ ଆଖି ବୁଜିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁପ୍ରସାଦଙ୍କ ଅକାଳ ବିୟୋଗରେ ଦୁଃଖପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ ଗୁରୁପ୍ରସାଦ ମହାପାତ୍ର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓଡିଶାରେ ଜନ୍ମିତ IAS ଅଧିକାରୀ ତଥା ସଚିବ ଗୁରୁପ୍ରସାଦ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ମର୍ମାହତ । ସେ ନିଜର ଉତ୍ତମ ପ୍ରଶାସନିକ କାର୍ଯ୍ୟ ପାଇଁ ଜଣାଶୁଣା ବୋଲି କହିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଏଥିସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।

DPIIT ସଚିବ ଗୁରୁପ୍ରସାଦଙ୍କ ବିୟୋଗରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଗଭୀର ଦୁଃଖପ୍ରକାଶ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି । ଦେଶ ଜଣେ ଦକ୍ଷ ପ୍ରଶାସକକୁ ହରାଇଲା ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁପ୍ରସାଦଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଗୁରୁପ୍ରସାଦ ବୈଦେଶିକ ଅର୍ଥନୈତିକ ସମ୍ପର୍କ ଉପରେ MEA ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।

ସୂଚନାଥାଉକି, ଗୁରୁପ୍ରସାଦ ମହାପାତ୍ର 1986 ବ୍ୟାଚ୍ ଗୁଜୁରାଟ କ୍ୟାଡର IAS ଅଧିକାରୀ ଅଟନ୍ତି । ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର(BJB) ଛାତ୍ର ଥିଲେ । ଗୁରୁପ୍ରସାଦ ଏଠାରେ ସ୍ନାତକ ପଢୁଥିଲେ ଏବଂ ଜବହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରେ ନିଜ ସ୍ନାତକୋତ୍ତର ଶେଷ କରିଥିଲେ । ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ମନ୍ତ୍ରଣାଳୟର ସଚିବ ଦାୟିତ୍ବରେ ଥିଲେ । ଏହାପୂର୍ବରୁ ସେ ଭାରତୀୟ ବିମାନ ପ୍ରାଧିକରଣ (AAI)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।

IAS ଗୁରୁପ୍ରସାଦଙ୍କ ଘର ଭୁବନେଶ୍ବର ସ୍ଥିତ ସହୀଦ ନଗର ଅଞ୍ଚଳରେ । ସେ ଓଡିଶାର ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ସାନ ପୁଅ । 2016 ମସିହାରେ ଏହି ବିଶିଷ୍ଟ ସାହିତ୍ୟିକଙ୍କ ବିୟୋଗ ଘଟିଥିଲା । ସ୍ବର୍ଗତ ମହାପାତ୍ରଙ୍କ ବଡ ପୁଅ ଅର୍ଥାତ୍ ଗୁରୁପ୍ରସାଦଙ୍କ ବଡ ଭାଇ ଜଣେ ଆଇନଜୀବୀ ହୋଇଥିବାବେଳେ ବହୁଦିନ ଆଗରୁ ତାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 19, 2021, 12:26 PM IST

ABOUT THE AUTHOR

...view details