ନୂଆଦିଲ୍ଲୀ:ଦେଶରେ କୋରୋନା ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ହେଲେ ଶ୍ମଶାନରେ ସ୍ଥାନ ମିଳୁନି ଅନ୍ତିମ ସତ୍କାର ପାଇଁ । ହରିୟାଣାର କୋରୋନା ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ହେତୁ ଗୁରୁଗ୍ରାମରେ ଅନ୍ତିମ ସତ୍କାର ପାଇଁ ସ୍ଥାନ ନମିଳିବାରୁ ଶେଷରେ କାର ପାର୍କିଂ ହେଉଥିବା ସ୍ଥାନରେ ଅନ୍ତିମ ସତ୍କାର କରାଯାଉଛି ।
ଶ୍ମଶାନରେ ମିଳୁନି ସ୍ଥାନ, ପାର୍କିଂରେ ହେଉଛି ଅନ୍ତିମ ସତ୍କାର - ଶ୍ମଶାନରେ ମିଳୁନି ସ୍ଥାନ
ଅନ୍ତିମ ସତ୍କାର ପାଇଁ ଶ୍ମଶାନରେ ମିଳୁନି ସ୍ଥାନ । କାର ପାର୍କିଂ ହେଉଥିବା ସ୍ଥାନରେ ହେଉଛି ଅନ୍ତିମ ସତ୍କାର । ଅଧିକ ପଢନ୍ତୁ...

ଶେଷ ସମୟରେ ଶ୍ମଶାନରେ ମିଳୁନି ସ୍ଥାନ , ପାର୍କିଂ ସ୍ଥାନରେ ହେଉଛି ଅନ୍ତିମ ସତ୍କାର
ଶେଷ ସମୟରେ ଶ୍ମଶାନରେ ମିଳୁନି ସ୍ଥାନ , ପାର୍କିଂ ସ୍ଥାନରେ ହେଉଛି ଅନ୍ତିମ ସତ୍କାର
ଆଉ ଏ ଦୃଶ୍ୟ ହିଁ ବୟାନ କରୁଛି କୋରୋନାର ଭୟାବହତା । ଏନେଇ ଶ୍ମଶାନ ଘାଟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କହିଛନ୍ତି ଯେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟୁଥିବାରୁ ଅନ୍ତିମ ସତ୍କାର ପାଇଁ ଶ୍ମଶାନରେ ସ୍ଥାନ ମିଳୁନି ଫଳରେ କାର ପାର୍କିଂ ଅଞ୍ଚଳରେ ସତ୍କାର କରାଯାଉଛି। । ଗୁରୁଗ୍ରାମର ଅନେକ ସ୍ଥାନରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ