ଡେରାଡୁନ:ବାହାଘରରେ ଶାଶୁଘର ଲୋକଙ୍କ ପକ୍ଷରୁ ମଗାଯାଇଥିବା ଯୌତୁକକୁ ପୂରଣ କରିପାରିଲା ନାହିଁ ବୋହୂ । ବାହାଘରର ୫ ବର୍ଷ ପରେ ମାରପିଟ କରି ବୋହୂକୁ ଘରୁ ବାହାର କରିଦେଲେ ଶାଶୁଘରେ ଲୋକେ । ଏହାସହ ସ୍ବାମୀ ତିନି ତଲାକ ମଧ୍ୟ ଦେଇଛନ୍ତି । ଏଭଳି ଅଭିଯୋଗ ଆସିଛି ଉତ୍ତରାଖଣ୍ଡର ହରିଦ୍ବାରରୁ । ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିବା ପରେ ପୋଲିସ ସ୍ବାମୀ ସମେତ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଯୌତୁକ ପାଇଁ ଦେଉଥିଲେ ନିର୍ଯାତନା: କୋଟୱାଲୀ ଅଞ୍ଚଳର ସୁଲତାନପୁର ଗାଁରୁ ଏଭଳି ଅଭିଯୋଗ ଆସିଛି । ବିବାହିତା ମହିଳା ଜଣକ ଅଭିଯୋଗ କରି କରିଛନ୍ତି, "ମୁଁ ୫ ବର୍ଷ ପୂର୍ବେ ହରିଦ୍ବାରର ରାନୀପୁର କୋଟୱାଲୀ ଅଞ୍ଚଳର ଗଡଗାଓଁ ନିବାସୀ ମୋହତରମକୁ ବିବାହ କରିଥିଲେ । ବିବାହରେ ପରିବାର ଲୋକ ନିଜ କ୍ଷମତା ଠାରୁ ଅଧିକ ଯୌତୁକ ଦେଇଥିଲେ, କିନ୍ତୁ ଶାଶୁଘର ଲୋକେ ସେତିକିରେ ସନ୍ତୁଷ୍ଟ ନଥିଲେ ।"
ଏକ ଲକ୍ଷ ଟଙ୍କା ସହ କାର ଡିମାଣ୍ଡ କରୁଥିଲେ: ବିବାହ ପରଠାରୁ ଏକ ଲକ୍ଷ ଟଙ୍କା ସହ ଏକ କାର ଦେବା ପାଇଁ ଶାଶୁଘର ଲୋକେ ଡିମାଣ୍ଡ କରୁଥିବା ନେଇ ବଧୂ ଅଭିଯୋଗ କରିଛନ୍ତି । ତେବେ ସେ ଦେବା ପାଇଁ ଅସମର୍ଥ ହେବାରୁ ତାଙ୍କୁ ନାନା ନିର୍ଯାତନା ଦେଉଥିବା ସେ କହିଛନ୍ତି । ଏହାରି ମଧ୍ୟରେ ତାଙ୍କର ଏକ ପୁଅ ହେବା ପରେ ମଧ୍ୟ ଶାଶୁଘର ଲୋକ କାର ପାଇଁ ମାରପିଟ କରିବା ସହ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।