ଡେରାଡୁନ:ସୂର୍ଯ୍ୟପରାଗ (partial solar eclipse ) ପାଇଁ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିରରେ ଦେବନୀତି ବନ୍ଦ ରହିଛି । ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଓ ବଦ୍ରିନାଥ ଧାମରେ ମଧ୍ୟ ପରାଗ ପାଇଁ ଦେବନୀତି ଓ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରଖାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ସଂଧ୍ୟାରେ ପରାଗ ପ୍ରଭାବ ଶେଷ ହେବା ପରେ ପୁଣି ଥରେ ନୀତିକାନ୍ତି ସ୍ବାଭାବିକ ହେବା ସହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବା ନେଇ ସୂଚନା ରହିଛି (Badrinath temples closed for solar eclipse) ।
କେଦାରନାଥ-ବଦ୍ରିନାଥ ମନ୍ଦିର କମିଟିର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଉଭୟ ମନ୍ଦିରରେ ସମସ୍ତ ନୀତିକାନ୍ତି ବନ୍ଦ ରଖାଯିବା ସହ ଦର୍ଶନ ମଧ୍ୟ ବନ୍ଦ ରଖାଯାଇଛି । ସଂଧ୍ୟାରେ ନୀତିକାନ୍ତି ସ୍ବାଭାବିକ ହେବ ସହ ଶ୍ରଦ୍ଧାଳୁମାନେ ଉଭୟ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇ ପାରିବେ । ଆଜି ଭାରତରେ ଦୃଶ୍ୟମାନ ହେଉଛି ଆଂଶିକ ସୂର୍ଯ୍ୟ ପରାଗ (partial solar eclipse)। ତେବେ ଦେଶବ୍ୟାପୀ ବିଭିନ୍ନ ମନ୍ଦିରରେ ଦେବନୀତି ଓ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।