ଚଣ୍ଡିଗଡ:ପଞ୍ଜାବର ଅମୃତସରରେ ଥିବା ଦୁର୍ଗିଆନା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର । କିନ୍ତୁ ଏଠାରେ ଦର୍ଶନ ପୂର୍ବରୁ ତାଙ୍କୁ ପ୍ରାୟ ଅଧ ଘଣ୍ଟା ବାହାରେ ଅପେକ୍ଷା କରିବାକୁ ପଡିଛି । ଉପରାଷ୍ଟ୍ରପତିଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ରାଷ୍ଟ୍ରପତି ପହଞ୍ଚିବା ପରେ ମଧ୍ୟ ମନ୍ଦିରର ଦ୍ବାର ଖୋଲି ନଥିଲା । ଉପରାଷ୍ଟ୍ରପତି ମନ୍ଦିର ପରିସରରେ ପ୍ରାୟ ଅଧଘଣ୍ଟା ଧରି ଅପେକ୍ଷା କରିବା ପରେ ଦର୍ଶନ କରିଥିଲେ (Vice President Jagdeep Dhankhar in Amritsar)।
ସୂଚନା ଅନୁସାରେ ଅପରାହ୍ନରେ ଅମୃତସରରେ ଥିବା ଦୁର୍ଗିଆନା ମନ୍ଦିରରେ ଉପରାଷ୍ଟ୍ରପତି ପହଞ୍ଚିଥିଲେ । ମନ୍ଦିରର ଦ୍ବାର ବନ୍ଦ ଥିବା ଯୋଗୁ ଉପରାଷ୍ଟ୍ରପତି ବାହାରେ ଚୌକିରେ ଅପେକ୍ଷା କରିଥିଲେ । ଉପରାଷ୍ଟ୍ରପତିଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ମନ୍ଦିର କର୍ତ୍ତୃପକ୍ଷ କୌଣସି ତତ୍ପରତା ପ୍ରକାଶ କରି ନଥିଲେ । ପ୍ରାୟ ଅଧଘଣ୍ଟା କାଳ ଅପେକ୍ଷା କରିବା ପରେ ନିର୍ଦ୍ଧାରିତ ସମୟରେ ମନ୍ଦିର ଦ୍ବାରା ଖୋଲିଥିଲା ଓ ଉପରାଷ୍ଟ୍ରପତି ଦର୍ଶନ ସାରି ଫେରିଥିଲେ ।