ଭ୍ଲାଦିଭୋଷ୍ଟୋକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ପୁଟିନ ପ୍ରଶଂସା କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ପ୍ରଶଂସା କରିଛନ୍ତି । ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ କହିଛନ୍ତି ପିଏମ ମୋଦି ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରି ବହୁତ ଭଲ କାମ କରୁଛନ୍ତି । ଋଷର ଭ୍ଲାଦିଭୋଷ୍ଟକରୁ 8ମ ଇଷ୍ଟନ ଇକୋନୋମିକ ଫୋରରୁ ଏହା କହିଛନ୍ତି ପୁଟିନ ।
ପୁଟିନ କହିଛନ୍ତି,''ଘରୋଇ ସ୍ତରରେ ନିର୍ମିତ ଅଟୋମୋବାଇଲ ବ୍ୟବହାର ହେବା ଦରକାର । ପିଏମ ମୋଦିଙ୍କ ନେତୃତ୍ବାରେ ଭାରତ ତାର ନୀତିର ମିଶାଲ ସୃଷ୍ଟି କରିିଛି । 1990 ଦଶକରେ ଆମ ପାଖରେ ଘରୋଇ ସ୍ତରରେ ନିର୍ମିତ କାର ନଥିଲା ମାତ୍ର ଏବେ ଆମ ପାଖରେ ଅଛି । ଏହା ସତ୍ୟ କି ତାହା ମର୍ସଡିଜି ଓ ଅଡି ତୁଳନାରେ ସାଧାରଣ ଦେଖାଯାଏ । ମାତ୍ର ଏହା କୌଣସି ବିଷୟ ନୁହେଁ । ଆମକୁ ଭାରତକୁ ଅନୁକରଣ କରିବାକୁ ହେବ । ଭାରତ ତାର ଘରୋଇ ନିର୍ମିତ ଗାଡି ଉପରେ ଅଧିକ ଫୋକସ ଦେଉଛି । ମୋତେ ଲାଗୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରି ବହୁତ ଭଲ କାମ କରୁଛନ୍ତି ।''
ସେ ଆହୁରି କହିଛନ୍ତି, ଋଷ ନିର୍ମିତ ଅଟୋ ମୋବାଇଲ୍ସ ବ୍ୟବହାର କରିବା ଭୁଲ ନୁହେଁ । ଆମ ପାଖରେ ଥିବା ଅଟୋମୋବାଇଲର ବ୍ୟବହାର କରିବା ଦରକାର । IMEC କନେକ୍ଟିଭିଟି କରିଡରକୁ ତୁର୍କୀ ବିରୋଧ କରୁଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ସ୍ବାଗତ କରିଛନ୍ତି । ଏହି କରଡରରେ ଭାରତକୁ ଋଷର ସହଯୋଗ ମିଳିଛି । ଏହା ଲଜିଷ୍ଟିକ ଫାଇଦା ଦେବ ବୋଲି କହିଛନ୍ତି ପୁଟିନ ।