ବେଙ୍ଗାଲୁରୁ:ମାଲିକ ପ୍ରତି ପୋଷା କୁକୁରର ସ୍ନେହ ଅବର୍ଣ୍ଣୀୟ । ମାଲିକର ଜୀବନ ବଞ୍ଚାଇଲା ପୋଷା କୁକୁର(dog saves owner life)। ଏଭଳି ଘଟଣା ଦେଖିବାକୁ ମିଳିଛି ଶିବମୋଗା ଜିଲ୍ଲାର ସୁଦୁରୁ ଗାଁ ହୋସାନଗର ତାଲୁକରେ । ସୂଚନା ଅନୁଯାୟୀ, ଜିଲ୍ଲାରେ ରହୁଥିବାବେଳେ ଶେଖରପ୍ପା ଯିଏ କି ସବୁଦିନ ସକାଳୁ ଜଙ୍ଗଲକୁ ଶୁଖିଲା କାଠ ଆଣିବାକୁ ଯାଇ ରାତି 10ଟାକୁ ଫେରିଯାଆନ୍ତି । କିନ୍ତୁ ଶନିବାର ଦିନ ଜଙ୍ଗଲରୁ ଫେରିବାରୁ ବିଳମ୍ବ ହୋଇଥିଲା ଶେଖରପ୍ପାଙ୍କର ।
ଜଙ୍ଗଲରେ ଚେତାଶୂନ୍ୟ ହୋଇଗଲେ ମାଲିକ, ଜୀବନ ବଞ୍ଚାଇଲା ପୋଷା କୁକୁର - ମାଲିକର ଜୀବନ ବଞ୍ଚାଇଲା ପୋଷା କୁକୁର
ଶିବମୋଗା ଜିଲ୍ଲାର ସୁଦୁରୁ ଗାଁ ହୋସାନଗର ତାଲୁକରେ ମାଲିକର ଜୀବନ ବଞ୍ଚାଇଲା ପୋଷା କୁକୁର(dog saves owner life)। ଅଧିକ ପଢନ୍ତୁ
ଏନେଇ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜା ଖୋଜି କରୁଥିବାବେଳେ ପୋଷା କୁକୁର ମଧ୍ୟ ତା ମାଲିକକୁ ଖୋଜିବା ଆରମ୍ଭ କରିଦେଇଥିଲା । ସେହି ସମୟରେ ହଠାତ୍ ସେ ଗୋଟିଏ ସ୍ଥାନରେ ଭୁକିବା ଆରମ୍ଭ କରିଥିଲା । ଏନେଇ ପାଖରେ ଥିବା ଲୋକେ ସେଠାରେ ପହଞ୍ଚିଥିବାବେଳେ ଶେଖରପ୍ପା ଏକ ଗଛ ନିକଟରେ ଚେତାଶୂନ୍ୟ ହୋଇ ପଡି ଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ତୁରନ୍ତ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରିଥିଲେ ।
ତେବେ ଏନେଇ ବର୍ତ୍ତମାନ ଶେଖରପ୍ପାଙ୍କ ଅବସ୍ଥାରେ ଉନ୍ନତି ଦେଖାଦେଇଥିବାବେଳେ, ଏହି ଘଟଣା ପରେ ଲୋକମାନେ କୁକୁରଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ଅନ୍ୟପଟେ ଫୋନ୍ ମାଧ୍ୟମରେ ଏ ବିଷୟରେ କଥାବାର୍ତ୍ତା କରି ଶେଖରପ୍ପା କହିଛନ୍ତି ଯେ "ଏହି ମହିଳା କୁକୁର ତାଙ୍କ ସହିତ ପ୍ରାୟ ଛଅ-ସାତ ବର୍ଷ ଧରି ରହିଆସିଛି ।"