ଓଡିଶା

odisha

By

Published : May 17, 2023, 11:08 AM IST

ETV Bharat / bharat

ମରିଗଲା ମାନବିକତା: ବାଇକ୍‌ରେ ବାନ୍ଧି ୧ କିଲୋମିଟର ଘୋଷାଡ଼ି ନେଲେ, କୁକୁର ମୃତ

କେରଳରୁ ପୁଣି ସାମନାକୁ ଆସିଲା ଛାତିଥରା ଦୃଶ୍ୟ । କୁକୁରକୁ ଦୀର୍ଘ ୧ କିଲୋମିଟର ଘୋଷାଡ଼ି ନେଲେ ବ୍ୟକ୍ତି । ଅଧିକ ପଢନ୍ତୁ

Dog dragged for over 1km
କୁକୁରକୁ ୧ କିଲୋମିଟର ଘୋଷାଡ଼ି ନେଲେ ବ୍ୟକ୍ତି

ଥିରୁଅନନ୍ତପୁରମ: କେରଳରେ ଦେଖିବାକୁ ମିଳିଛି ହୃଦୟବିଦାରକ ଘଟଣା । ମଲ୍ଲପୁରମ ଜିଲ୍ଲା ସ୍ଥିତ ଇଡକ୍କରାରୁ ସାମନାକୁ ଆସିଛି ଏଭଳି ଏକ ଛାତିଥରା ଦୃଶ୍ୟ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ହେଉଥିବା ଏଭଳି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ କୁକୁରକୁ ଅତି ନୃଶଂସ ଭାବେ ମୋଟରସାଇକେଲ ପଛରେ ବନ୍ଧାଯାଇ ଘୋଷାଡ଼ି ଘୋଷାଡ଼ି ନିଆଯାଇଛି । କୁକୁରଟିକୁ ୧ କିଲୋମିଟରରୁ ଊର୍ଦ୍ଧ୍ବ ବାଟ ଘୋଷାଡ଼ି ନେଇଥିବା ମୋଟରସାଇକେଲ ଚାଳକଙ୍କୁ ଶେଷରେ କାବୁ କରିଥିଲେ ସ୍ଥାନୀୟଲୋକେ ।

ଭିଡିଓ କଏଦ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଉକ୍ତ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପଚରାଯାଇଥିଲା । ତେବେ କୁକୁରଟି ମୃତ ଥିବାରୁ ବ୍ୟକ୍ତି ଜଣଙ୍କ ମୋଟରସାଇକେଲରେ ଏଭଳି ଘୋଷାଡି ନେଇଥିବା କହି ଅଜବ ସଫେଇ ଦେଇଛନ୍ତି । ସେ କୁକୁରଟିର ମୃତଦେହ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ବ୍ୟକ୍ତି ଜଣକ କୁକୁରକୁ ଛୁଇଁବାକୁ ଚାହୁଁ ନଥିଲେ ତେଣୁ ମୃତଦେହକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇବା ପାଇଁ ସେପରି କରିଥିବା କହିଛନ୍ତି । ଅପରପକ୍ଷେ ଏହି ଦୃଶ୍ୟ ଦେଖିବା ପରେ ମାନବିକତା ହଜିଯାଇଥିବା କହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଅନ୍ୟ ଉପାୟରେ କୁକୁରଟିକୁ ନଆଣି ଏଭଳି ଘୋଷାଡ଼ି ଆଣିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

ଅନେକ ସମୟରେ ଜୀବଜନ୍ତୁଙ୍କ ପ୍ରତି ମଣିଷ ନିଷ୍ଠୁର ହୋଇପଡୁଥିବା ନଜୀର ରହିଛି । କେରଳରୁ ଅନେକ ସମୟରେ ଏଭଳି ଛାତିଥରା ଦୃଶ୍ୟ ସାମନାକୁ ଆସୁଛି । ପୂର୍ବରୁ ହାତୀକୁ ବିସ୍ଫୋରକ ଖୁଆଇ ମାରିଦେବା ଭଳି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଗତ ସୋମବାର ରାତିରେ କୁକୁରଟିକୁ ଘୋଷାଡ଼ି ନେବା ଦୃଶ୍ୟ ଦେଖିଲେ ମାନବିକତା ଉପରୁ ବିଶ୍ୱାସ ଉଠିଯିବ । ଖାଲି କେରଳ ନୁହେଁ ଦେଶର ଅନେକ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନଜର ଆସୁଛି । ତେଣୁ ଏହି ଘଟଣାର ତଦନ୍ତ କରି ଏଭଳି ନୃଶଂସ ଆଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

ସେପଟେ ଖବର ପାଇବା ପରେ ଘଟଣାକୁ ଗୁରୁତ୍ୱର ସହ ନେଇଛି ପୋଲିସ । ଭାଇରାଲ ଭିଡିଓ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବାବେଳେ ବ୍ୟକ୍ତି ଜଣକ ସ୍ଥାନୀୟଲୋକ ନୁହଁନ୍ତି ଏବଂ ଭଡ଼ାଘରେ ରହୁଥିବା ପୋଲିସ ଜାଣିବାକୁ ପାଇଛି । ସୋମବାର ରାତିରେ ଘଟିଥିବା ଏଭଳି ଘଟଣା ସମ୍ପର୍କରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details