ଲକ୍ଷ୍ନୌ:ଗତ କିଛି ଦିନ ହେଲା ବୁଲା କୁକୁର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ହିଂସ୍ର ହେବାରେ ଲାଗିଛନ୍ତି କୁକୁର । ମଣିଷର ବନ୍ଧୁଭାବେ କୁହାଯାଉଥିବା କୁକୁର ଏବେ ମଣିଷ ବଇରି ସାଜିଛି । ଖାସ କିର ଛୋଟ ଛୁଆମାନଙ୍କୁ ନିଜ ଶିକାର କରୁଛନ୍ତି ବୁଲା କୁକୁର । ପୁଣି କୁକୁରର ଆକ୍ରମଣର ପ୍ରାଣ ହାରାଇଛି ତିନି ମାସର କୁନି ଝିଅ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅଲିଗଡ ସ୍ୱର୍ଣ୍ଣ ଜୟନ୍ତୀ ନଗର ଅଞ୍ଚଳର ମହାରଣା ପ୍ରତାପ କଲୋନୀରେ । ରବିବାର ଦିନ ଏକ ବୁଲା କୁକୁର ଘରେ ଶୋଇଥିବା ଅବସ୍ଥାରେ ତିନି ମାସର ଝିଅକୁ ଉଠାଇ ନେଇଥିଲା । ତେବେ କୁକୁର କମୁଡିବା ଓ ରାମ୍ପୁଡିବା ଫଳରେ କୁନି ଝିଅର ମୃତ୍ୟ ଘଟିଛି ।
ସୂଚନା ଅନୁଯାୟୀ, ମହାରଣା ପ୍ରତାପ କଲୋନୀରେ ରହୁଥିବା ପବନ କୁମାରଙ୍କ ଘରେ ବିବହ କାର୍ଯ୍ୟକ୍ରମ ଚାଲିଥିଲା । ଶନିବାର ତାଙ୍କ ଭଉଣୀ ଭୁରୀଙ୍କ ବିବାହ ହୋଇଥିଲା । ରବିବାର ସକାଳୁ ଝିଅର ବିଦାଇ କାର୍ଯ୍ୟକ୍ରମରେ ସମସ୍ତେ ବ୍ୟସ୍ତଥିଲେ । ପବନଙ୍କ ଯାଆଁଳା ପିଲା, ତିନି ମାସର ପୁଅ ପ୍ରିନ୍ସ ଏବଂ ତିନି ମାସର ଝିଅ ଦିଶା ଘର ପ୍ରାଙ୍ଗଣରେ ଶୋଇଥିଲେ । ଏହି ସମୟରେ ଦୁଇଟି କୁକୁର ଘରେ ପଶି ଶୋଇଥିବା ଅବସ୍ଥାରେ ଦିଶାକୁ ନିଜ କାମୁଡି ନେଇ ଯାଇଥିଲେ । ଘର ଲୋକ ବିବାହ ରୀତିନୀତିରେ ବ୍ୟସ୍ତଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଯାଇଥିଲା ।