ହାଇଦ୍ରାବାଦ:ଡାକ୍ତରଙ୍କ କାର୍ଯ୍ୟନିଷ୍ଠତା ପାଇଁ ଏକାଧିକ ଆହ୍ବାନପୂର୍ଣ୍ଣ ତଥା ବିରଳ ଅସ୍ତ୍ରୋପଚାର ସଫଳ ହୋଇଥିବା ଖବର ପ୍ରାୟତଃ ଆମେ ଶୁଣିଛନ୍ତି । କିନ୍ତୁ ଜଣେ ବୟସ୍କା ମହିଳାଙ୍କ ଅପରେସନ ଜାରି ରହିଥିବା ବେଳେ ଅପରେସନ ଅଧାରୁ ଡାକ୍ତର ହସ୍ପିଟାଲ ଛାଡି ପଳାଇଛନ୍ତି । ମହିଳାଜଣଙ୍କ ଅଳ୍ପକେ ବଞ୍ଚିଯାଇଥିଲେ ସୁଦ୍ଧା ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଥିବା ସୂଚନା ମିଳିଛି । ସ୍ବାସ୍ଥ୍ୟସେବାରେ ଏପରି ଚରମ ଅବହେଳାର ଉଦହାରଣ ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ । ଚିତ୍ତୋର ଜିଲ୍ଲାର ଏକ ସରକାରୀ ହସ୍ପିଟାଲରେ ଜଣେ 62ବର୍ଷୀୟା ମହିଳାଙ୍କ ଜଙ୍ଘରେ ଅପରେସନ ବେଳେ ଅପରେସନ କରୁଥିବା ଡାକ୍ତର ଅଧାରୁ ଡାକ୍ତରଖାନା ଛାଡି ପଳାଇଛନ୍ତି ।
ଆନ୍ଧ୍ର ପ୍ରଦେଶର ଦେଲଭାଇପଲ୍ଲୀର ୟାଦାମାରୀ ମଣ୍ଡଳରେ ପୁଷ୍ପମ୍ମା ନାମକ ଜଣେ 62 ବର୍ଷୀୟା ମହିଳା ପଡିଯିବା କାରଣରୁ ଆହତ ହୋଇଥିଲେ । ତାଙ୍କ ଜଙ୍ଘ ଓ ଆଣ୍ଠୁରେ ଆହତ ଲାଗିଥିଲା । ତାଙ୍କୁ ନିକଟସ୍ଥ ଚିତ୍ତୋର ସରକାରୀ ଡାକ୍ତରୀଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଆଣ୍ଠୁର ହାଡ ଭାଙ୍ଗି ଯାଇଥିବା ଏକ୍ସ-ରେରୁ ଜଣାପଡିବା ପରେ ଅପରେସନର ଆବଶ୍ୟକତା ଥିବା ଡାକ୍ତର ପରାମର୍ଶ ଦେଇଥିଲେ । କିଛି ଦିନ ମହିଳା ଡାକ୍ତରୀ ନିରୀକ୍ଷଣରେ ରହିବା ପରେ ଅପରେସନ ପାଇଁ ତାରିଖ ସ୍ଥିର ହୋଇଥିଲା । ହେଲେ ଅପରେସନ ମଝିରେ ଡାକ୍ତରଙ୍କ ଏପରି ଅଜବ ହରକତ ସାମ୍ନାକୁ ଆସିଛି ।