ଅମରାବତୀ: ଦଳେ କୁକୁରଙ୍କ ଆକ୍ରମଣରେ ଆହତ ହୋଇଥିଲା ମାଙ୍କଡ । ଗୁରୁତର ଭାବେ ଆହତ ଅବସ୍ଥାରେ ମାଙ୍କଡକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସମସ୍ତଙ୍କୁ ଚକିତ କଲାଭଳି ଘଟଣା ଦେଖିବାକୁ ମିଳିଥିଲା । ଚିକିତ୍ସା କରୁଥିବା ଡାକ୍ତର ଜଣକ ମାଙ୍କଡ କାନ୍ଧରେ ଗୁଳିବିଦ୍ଧ କ୍ଷତଚିହ୍ନ ଦେଖିଥିଲେ । ମାଙ୍କଡ କାନ୍ଧରେ ଗୁଳି ଥିବା ନେଇ ଡାକ୍ତର ଆଶଙ୍କା କରି ଅପରେସନ୍ କରିଥିଲେ । ଡାକ୍ତରଙ୍କ ଆଶଙ୍କା ଠିକ ଥିଲା ଆଉ ମାଙ୍କଡ଼ର କାନ୍ଧରୁ ଗୋଟିଏ ଗୁଳି ବାହାର କରିଥିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଚେରୁକୁଭଡାରେ ।
ମାଙ୍କଡ କାନ୍ଧରୁ ଫିଲେଟ ବାହାର କଲେ ଡାକ୍ତର ! - ମାଙ୍କଡର ଚିକିତ୍ସା
ଦଳେ କୁକୁର ଆକ୍ରମଣରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲା ମାଙ୍କଡ । କାନ୍ଧରୁ ବାହାରିଲା ଫିଲେଟ । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଚେରୁକୁଭଡାରେ କୁକୁର ଆକ୍ରମଣରେ ମାଙ୍କଡ଼ ଆହାତ ହୋଇଥିଲା । ଆହାତ ମାଙ୍କଡକୁ ଗୁରୁତର ଅବସ୍ଥାରେ ଭେଟେନାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା କରୁଥିବା ସମୟରେ ଡାକ୍ତର ଜଣକ ମାଙ୍କଡ କାନ୍ଧରେ ଗୁଳିବିଦ୍ଧ କ୍ଷତଚିହ୍ନ ଦେଖି ଅପରେସନ କରି ଏକ ଗୁଳି ବାହାର କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାନକୁ ଏଖବର ଯାଇଥିଲା । ପୋଲିସ ପକ୍ଷରୁ ଘଟଣାର ଛାନଭିନ କରାଯାଇଥିଲା । ତେବେ ସେଇଟା ଗୁଳି ନଥିବା ଜଣାପଡିଥିଲା । ତଦନ୍ତ ପରେ ତାହା ଗୁଳି ନୁହେଁ ବରଂ ପକ୍ଷୀକୁ ମାରିବା ପାଇଁ ଉଦ୍ଦିଷ୍ଟ ଏକ ଫିଲେଟ ବୋଲି ଜଣାପଡିଥିଲା ।