ଓଡିଶା

odisha

ETV Bharat / bharat

ବଞ୍ଚିଥିବା ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର - ବଞ୍ଚିଥିବା ରୋଗୀକୁ ମୃତ ଘୋଷଣା କଲେ ଡାକ୍ତର

ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ସହ ଖେଳ । ଜୀବିତ ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲା(Sangareddy district ) ଜହିରାବାଦ୍ ମେଡିକାଲରୁ ଆସିଛି ଅଭିଯୋଗ । ଅଧିକ ପଢନ୍ତୁ

ରୋଗୀଙ୍କ ଜୀବନ ସହ ଖେଳ:ବଞ୍ଚିଥିବା ରୋଗୀକୁ ମୃତ ଘୋଷଣା କଲେ ଡାକ୍ତର
ରୋଗୀଙ୍କ ଜୀବନ ସହ ଖେଳ:ବଞ୍ଚିଥିବା ରୋଗୀକୁ ମୃତ ଘୋଷଣା କଲେ ଡାକ୍ତର

By

Published : Jun 4, 2022, 1:02 PM IST

ହାଇଦ୍ରାବାଦ: ଡାକ୍ତରଙ୍କୁ ସାଧାରଣତଃ ଦ୍ବିତୀୟ ଭଗବାନ ବୋଲି କୁହାଯାଏ । ସେଇଥିପାଇଁ ଲୋକେ ତାଙ୍କୁ ଭରସା ଓ ବିଶ୍ବାସ କରିଥାନ୍ତି । ହେଲେ ଏପରି କିଛି ଡାକ୍ତର ଅଛନ୍ତି ନିଜର କାର୍ଯ୍ୟ ଅବହେଳା ଓ ମନମାନୀ ପାଇଁ ରୋଗୀଙ୍କ ଜୀବନ ସହ ଖେଳନ୍ତି । କେତେବେଳେ ଜୀବନ୍ତ ଲୋକଙ୍କୁ ମୃତ ଘୋଷଣା କରିନ୍ତିତ ଆଉ କେତେବେଳେ ମରଣ ମୁହଁରେ ଛାଡିଦିଅନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲା(Sangareddy district ) ଜହିରାବାଦ୍ (Zahirabad)ରେ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜହିରାବାଦ୍ ଜୋନର ଚିନ୍ନା ହାଇଦ୍ରାବାଦ(Chinna Hyderabad village, Zahirabad zone) ଗାଁର ୨୦ ବର୍ଷିୟ ଯୁବତୀ ଅର୍ଚ୍ଚନା ତତିପାଲିର ଜଣେ ଯୁବକଙ୍କୁ ବିବାହ କରିଥିଲେ । ମେ ୭ରେ ଉପବାସ ଯୋଗୁଁ ହଠାତ୍ ନିଜ ଶାଶୁଘରେ ଚେତାଶୂନ୍ୟ ହୋଇପଡିଥିଲେ ମହିଳା । ପରେ ଶାଶୁଘର ଲୋକେ ତାଙ୍କୁ ଜାହିରାବାଦ ମେଡିକାଲ (hospital in Zahirabad)କୁ ନେଇ ଯାଇଥିଲେ । ସେଠାରେ ଡ୍ୟୁଟିରେ ଥିବା ଡାକ୍ତର ସନ୍ତୋଷ (general surgeon dr. Santosh ) ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ । ଏକ ମେଡିକାଲ ରିସିପ୍ଟ ଦେବା ସହ ମେଡିକାଲ ରେଜିଷ୍ଟରରେ ପରିବାର ସଦସ୍ୟଙ୍କ ଦସ୍ତଖତ ମଧ୍ୟ ନେଇଥିଲେ ।

ସମ୍ପୃକ୍ତ ଡାକ୍ତରଙ୍କ ଚିକିତ୍ସାରେ ସନ୍ଦେହ ଆସିବାରୁ ପରିବାର ଲୋକେ ଅର୍ଚ୍ଚନାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଅର୍ଚ୍ଚନାଙ୍କୁ ଚିକିତ୍ସା କରି ଜୀବିତ ଥିବା କହିଥିଲେ । ପରେ ଉପଯୁକ୍ତ ଚିକିତ୍ସା ପରେ ସେ ଗତ 22ରୁ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ପରେ ୨୮ରେ ପୁଣି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଅର୍ଚ୍ଚନା ସମ୍ପୂର୍ଣ୍ଣ ସୁସ୍ଥ ଥିବା ରିପୋର୍ଟରେ କୁହାଯାଇଛି ।

ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ଏକ ନୀରିହ ଜୀବନ ଚାଲିଯାଇଥାନ୍ତା । ସେପଟେ ମେଡିକାଲ କର୍ତ୍ତୃପକ୍ଷ ନିଜ ଦୋଷଦୁର୍ବଳତା ଲୁଚାଇବା ପାଇଁ ଏକ ନୂଆ ଚାଲ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଯେଉଁ ପେପରେ ଅର୍ଚ୍ଚନାଙ୍କୁ ମୃତ ଘୋଷଣା କରି କାଗଜଟି ସେଠାରେ ଟଙ୍ଗା ଯାଇଥିଲା । ସେହି କାଗଜର ଲେଖାକୁ ପରିବର୍ତ୍ତନ କରି ସେଠାର ରୋଗୀଙ୍କୁ ଅନ୍ୟଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାକୁ ଲେଖାକୁ ସେଠାରେ ରଖାଯାଇଛି(it was recommended for another hospital) ।

ଯେତେବେଳେ ମହିଳା ଜଣକ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାରେ ପହଞ୍ଚିଲେ । ଡ୍ୟୁଟି ଡାକ୍ତର ଏକ ଇସିଜି କରିଥିଲେ । ପ୍ରଥମ ଇସିଜିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ବାଧ୍ୟ କରିବାରୁ ମହିଳାଙ୍କ ଦ୍ବିତୀୟ ଥର (ECG) ହୋଇଥିଲା । ସେଥିରେ ଅର୍ଚ୍ଚନାଙ୍କ ପରିବାର ଲୋକଙ୍କୁ ରୋଗୀଙ୍କୁ ଅନ୍ୟ ମେଡିକାଲ ନେବାକୁ କହିଥିଲେ ଡାକ୍ତର । ପୁରୁଣା ରିସିପ୍ଟକୁ ଚରି ଆଉ ରିସିପ୍ଟ ଦେଇଥିଲେ ବୋଲି ଜହିରବାଦର ଡାକ୍ତରଖାନା ଅଧୀକ୍ଷକ ଡକ୍ଟର ଶେଶୁ ପଦ୍ମନାଭ ରାଓ (Dr. Sheshu Padmanabha rao, zahirabad area Hospital superintendent) କହିଛନ୍ତି ।

ABOUT THE AUTHOR

...view details