ହାଇଦ୍ରାବାଦ:ମହାରାଷ୍ଟ୍ର ଧର୍ମପୁରୀରେ ପତ୍ନୀଙ୍କୁ ଅସ୍ୱାଭାବିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରି ଡାକ୍ତର ସ୍ବାମୀ ଦୁଷ୍କର୍ମ କରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି (force to wife unnatural physical relations)। ପୀଡିତା ମହିଳା ନିଜ ଡାକ୍ତର ପତ୍ନୀଙ୍କ ବିରୋଧରେ ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ପୀଡିତାଙ୍କ ଏତଲା ଆଧାରରେ ସ୍ଥାନୀୟ ପାର୍ଲୀ ଗ୍ରାମୀଣ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତ ଡାକ୍ତର ସ୍ବାମୀଙ୍କୁ ଜେରା କରୁଛି । ଏହି ଘଟଣାରେ ଡାକ୍ତର ଓ ତାଙ୍କ 7ଜଣ ସମ୍ପର୍କୀୟଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ ।
ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରି ସ୍ତ୍ରୀକୁ ଡାକ୍ତରଙ୍କ ଦୁଷ୍କର୍ମ ! - ସ୍ତ୍ରୀକୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ
ସ୍ତ୍ରୀକୁ ଡାକ୍ତରଙ୍କ ଦୁଷ୍କର୍ମ ! ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରି ଦେଇଆସୁଥିଲେ ନିର୍ଯାତନା (force to wife unnatural physical relations)। ଅଭିଯୋଗ ପରେ ଡାକ୍ତର ଓ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ
ଏପରି କରିଥିବା ଡାକ୍ତର ପାର୍ଲୀ ତାଲୁକା ଠାରେ ନିଜର କ୍ଲିନିଂ ଖୋଲିଛନ୍ତି । ସେ ନିଜର 29 ବର୍ଷୀୟା ପତ୍ନୀଙ୍କୁ ଗତ କିଛି ମାସ ଧରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଆସୁଥିଲେ (Doctor rapes wife)। ପତ୍ନୀ ଏହାକୁ ବିରୋଧ କରିବାରୁ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦେଇଆସୁଥିଲ ଡାକ୍ତର । ଏନେଇ ପୀଡିତା ପାର୍ଲୀ ଗ୍ରାମୀଣ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଧାରା-377, 498 (ଏ), 323, 504, 34 ଅନୁଯାୟୀ ଡାକ୍ତର ସ୍ବାମୀ ଓ ତାଙ୍କର 7ଜଣ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ବୃତ୍ତିରେ ଜଣେ ଡାକ୍ତର ହୋଇ ମଧ୍ୟ ଏପରି ଅମାନୁଷିକ କାର୍ଯ୍ୟରେ ଲିପ୍ତ ରହିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ