ନୂଆଦିଲ୍ଲୀ: ଦିଲ୍ଲୀର ଏକ ପ୍ରତିଷ୍ଠିତ ହସ୍ପିଟାଲରୁ ଜଣେ ନକଲି ଡାକ୍ତରକୁ ଗିରଫ କରିଛି ପୋଲିସ । ଦିଲ୍ଲୀର ଗ୍ରେଟର କୈଳାଶରେ ଥିବା ଏକ ବେସରକାରୀ ଚିକିତ୍ସାଳୟରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ପରେ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ । ଏହାପରେ ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ନକଲି ଡାକ୍ତର ରହିଥିବା ସୂଚନା ଦେଇଛି । ପୂର୍ବରୁ ମଧ୍ୟ ବହୁଥର ଏହି ହସ୍ପିଟାଲ ବିରୋଧରେ ଏହିଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି । ନକଲି ଡାକ୍ତର ଜଣକ ହେଉଛି ମହେନ୍ଦ୍ର ।
ସୂଚନା ଅନୁସାରେ ଗତ ସପ୍ତାହରେ ଜଣେ ମହିଳା ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଗ୍ରେଟର କୈଳାଶରେ ଥିବା ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏହାପରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଅସ୍ତ୍ରୋପଚାର ପରେ ଉକ୍ତ ମହିଳାଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ .....ପୋଲିସ କବଜାରେ ନକଲି ଡାକ୍ତର, ଅନ୍ୟ ଜଣେ ଫେରାର