ଓଡିଶା

odisha

By

Published : Oct 29, 2022, 4:23 PM IST

ETV Bharat / bharat

ରୋଗୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କଲେ ଡାକ୍ତର !

ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ନିଶା ଇଞ୍ଜେକ୍ସନ ଦେଇ ରୋଗୀଙ୍କୁ ଦୁଷ୍କର୍ମ । ଅଭିଯୋଗ ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ରୋଗୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କେଲ ଡାକ୍ତର
ରୋଗୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କେଲ ଡାକ୍ତର

ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଲଜ୍ଜାଜନକ ଘଟଣା । ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ରୋଗୀଙ୍କୁ ଦୁଷ୍କର୍ମ କଲେ ଡାକ୍ତର । ନିଶା ଇଞ୍ଜେକ୍ସନ ଦେଇ ରୋଗୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଡାକ୍ତର ଜଣଙ୍କୁ ଗିରଫ କଲା ପୋଲିସ । ରୋଗୀ ଜଣଙ୍କୁ ଦୁଷ୍ମର୍ମ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଡାକ୍ତର ଅଜମଲ । ସେ ଖାର୍ଗୁପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ କ୍ଲିନିକ ଖୋଲି ରୋଗୀଙ୍କ ଚିକିତ୍ସା କରନ୍ତି ।

ଏହା ମଧ୍ୟ ପଢନ୍ତୁ-ଝାଡଖଣ୍ଡରେ ଲଜ୍ଜା, ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ୧୦ ଯୁବକଙ୍କ ଗଣଦୁଷ୍କର୍ମ

ମିଳିଥିବା ସୂଚନା ଅନୁଯାୟୀ ଗତ ମଙ୍ଗଳବାର ଦିନ ପିଡିତା ଜଣଙ୍କ ଅସୁସ୍ଥ ଥିବା ହେତୁ ଡାକ୍ତର ଅଜମଲଙ୍କ କ୍ଲିନକକୁ ଚିକିତ୍ସା ପାଇଁ ଯାଇଥିଲେ, ତେବେ ଚିକିତ୍ସା ସମୟରେ ଡାକ୍ତର ପୀଡିତା ଜଣଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିଲେ । ଏହା ପରେ ଏ ବିଷୟରେ କାହାକୁ ନକହିବା ପାଇଁ ଧମକ ମଧ୍ୟ ଦେଇଥିଲା ଅଭିଯକ୍ତ ଜଣଙ୍କ । ତେଣୁ ପୀଡିତା ଜଣଙ୍କ ଏନେଇ କାହାକୁ କିଛି ନକହିବା ସହ ଅଭିଯୋଗ ମଧ୍ୟ କରିନଥିଲେ । କିନ୍ତୁ ସେହି ସମୟରେ କେହି ଜଣେ ବ୍ୟକ୍ତି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଯାହା ପରମୁହୂର୍ତ୍ତରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଅନାଥ ଆଶ୍ରମରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ !

ଏନେଇ ପୋଲିସ ଅଧିକ୍ଷକ ଆକାଶ ତୋମାର କହିଛନ୍ତି , ''ଦୁଷ୍କର୍ମ ସମୟରେ ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଏକ ଏତେଲା ଦାଏର କରାଯାଇଥିଲା । ଏହାପରେ ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲକୁ ପଠାଯାଇଥିବା ପୋଲିସ ଅଧିକ୍ଷକ ସୂଚନା ଦେଇଛନ୍ତି ।'' ତେବେ ଗିରଫ ପରେ ଡାକ୍ତରଙ୍କ ତରଫରୁ କିଛି ପ୍ରତିକ୍ରିୟା ମିଳି ପାରିନାହିଁ ।

ABOUT THE AUTHOR

...view details