ଓଡିଶା

odisha

ETV Bharat / bharat

ଗାଈ ଚୋରି ନେଇ ଥାନାରେ ମାମଲା, DNA ଟେଷ୍ଟ କଲା ଖୁଲାସା - ଡିଏନଏ ଟେଷ୍ଟ

ଗାଈ ଚୋରି ନେଇ ହେଲା ଡିଏନଏ ଟେଷ୍ଟ। ଚୋରି ଗାଈକୁ ପାଇବା ଲାଗି ବହୁ ସଂଘର୍ଷ ପରେ ଶେଷରେ DNA ଟେଷ୍ଟ ଏହାର ଖୁଲାସା କରିଛି। ରାଜସ୍ଥାନ ଚୁରୁ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 21, 2023, 9:24 PM IST

ଜୟପୁର:ସତ ଦିନେ ନା ଦିନେ ପଦାକୁ ଆସେ। ଏହି କଥା ପୁଣି ରାଜସ୍ଥାନର ଚୁରୁ ଜିଲ୍ଲାରେ ପ୍ରମାଣିତ ହୋଇଛି। ଯେଉଁଠି ଗାଈ ପାଇଁ DNA ଟେଷ୍ଟ ହେବା ପରେ ସତ ସାମ୍ନାକୁ ଆସିଛି । ଆଉ ଗାଈକୁ ଖୋଜିବା ଲାଗି ଜମି ବିକ୍ରି କରିଥିବା 70 ବର୍ଷୀଯ ବୃଦ୍ଧଙ୍କୁ ତାଙ୍କ ଗାଈ ମିଳିଛି । ତେବେ ଗାଈ ପାଇଁ ଡିଏନଏ ଟେଷ୍ଟ କରିବା ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ପୋଷା ପଶୁ ପ୍ରତି ବୃଦ୍ଧଙ୍କ ପ୍ରେମଭାବକୁ ମଧ୍ୟ ବେଶ ପ୍ରଶଂସା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନ ସରଦାରଶହରରେ ଏକ ଗାଈକୁ ନେଇ 2 ପଶୁପାଳକଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଉଭୟ ଉକ୍ତ ଗାଈକୁ ନିଜର ବୋଲି ଦାବି କରୁଥିଲେ । ଏହାପରେ ରାମନଗର ୱାର୍ଡ-1ର 70 ବର୍ଷୀୟ ବୃଦ୍ଧ ଦୁଲାରାମ ଡାରା ଗାଈ ଚୋରି ନେଇ ଥାନାରେ ଅଭିଯୋଗ କରିଥିଲେ। ଅନେକ ଥର ଅଭିଯୋଗ ପରେ ମଧ୍ୟ ମାମଲା ରୁଜୁ ହେଉନଥିବାରୁ ଶେଷରେ ବୃଦ୍ଧ ଜଣକ ମୋବାଇଲ ଟାୱାର ଉପରେ ମଧ୍ୟ ଚଢିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି ମାମଲାର ତଦନ୍ତ ଲାଗି ଆଇଜି ବିକାନେର ତାରାନଗର ଡିଏସପି ଓମପ୍ରକାଶ ଗୌଦାରାକୁ ହସ୍ତାନ୍ତର କରିଥିଲେ ।

ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ତାରାନଗର ଡିଏସପି କହିଛନ୍ତି ଯେ ଗତ 2021 ମସିହାରେ ସରଦାରଶହର ପୋଲିସ ଥାନାରେ ଏହି ମାମଲା ରୁଜୁ ହୋଇଥିଲା । ଏଥିରେ ବୃଦ୍ଧ ଦୁଲାରାମ ଅଭିଯୋଗ କରିଥିଲେ ଯେ ଗଙ୍ଗାରାମ କୁମ୍ବାର ନାମରେ ଜଣେ ବ୍ୟକ୍ତି ତାଙ୍କୁ ମାରପିଟ କରି ଗାଈ ଚୋରି କରିନେଇଥିଲେ। ହେଲେ ଏହି ଅଭିଯୋଗ ପରବର୍ତ୍ତୀ ସମୟରେ ମିଥ୍ୟା ପ୍ରମାଣିତ ହୋଇଥିଲା। ହେଲେ ଯେତେବେଳେ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଅଞ୍ଚଳକୁ ଆସିଥିଲେ, ସେତେବେଳେ ବୃଦ୍ଧ ଜଣକ ମୋବାଇଲ ଟାୱାର ଉପରେ ଚଢି ନିଜ ଗାଈ ଫେରସ୍ତ ନେଇ ଦାବି କରିଥିଲେ । ଏହାପରେ ମାମଲାକୁ ଗମ୍ଭୀରତାର ସହ ନେଇ ପୁଣି ଥରେ ତଦନ୍ତ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ- ଅଜଣା କଲ ଓ ସୋସିଆଲ ମିଡିଆରୁ ଦୂରେଇ ରୁହ, ବୈଜ୍ଞାନିକଙ୍କୁ ଆଡଭାଇଜରୀ ଜାରି କଲା DRDO

ତଦନ୍ତ ବେଳେ ଦୁଲାରାମଙ୍କ ଘରେ ଥିବା ମାଆ ଗାଈର DNA ନମୁନା ସଂଗ୍ରହ କରାଯାଇଥିଲା ଓ ଏହାକୁ ହାଇଦ୍ରାବାଦ ପଠାଯାଇଥିଲା। ଆଉ ରିପୋର୍ଟରେ ଚୋରି ଗାଈଟି ଦୁଲାରାମଙ୍କର ବୋଲି ଜଣାପଡ଼ିଥିଲା । ଏହାପରେ ପୋଲିସ ଗାଈ ଓ 2 ବାଛୁରୀକୁ ଦୁଲାରାମଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ଗାଈର ମାଲିକ ଦୁଲାରାମ କହିଛନ୍ତି, " 2021 ଫେବୃଆରୀ 11ରେ ମୋ ଗାଈ ହଜିଯାଇଥିଲା । 10ମାସ ପରେ ଜଣେ ବ୍ୟକ୍ତି ଫୋନ୍‌ କରି କହିଥିଲା ଯେ ମୋ ଗାଈକୁ ସେ ବଜାରରେ ଦେଖିଥିଲେ । ଏହାପରେ ସେ ବଜାରକୁ ଯାଇ ଗାଈକୁ ନିଜ ଘରକୁ ଆଣିଥିଲେ । ହେଲେ ତାଙ୍କ ଘରକୁ କିଛି ଲୋକ ଆସି ମାରପିଟ କରି ଗାଈକୁ ନେଇଯାଇଥିଲେ । ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଗାଈକୁ ଫେରାଇ ଆଣିଛି ।"

ABOUT THE AUTHOR

...view details