ଓଡିଶା

odisha

By ETV Bharat Odisha Team

Published : Nov 12, 2023, 12:17 PM IST

Updated : Nov 12, 2023, 2:28 PM IST

ETV Bharat / bharat

Diwali 2023: ସୀମାରେ ସେନାଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ, କହିଲେ ପର୍ବ ସେଇଠି ପରିବାର ଥାଏ ଯେଉଁଠି

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ । ହିମାଚଳ ପ୍ରଦେଶ ଲେପଚା ଗସ୍ତ କରି ଆମ ସାହାସୀ ସୁରକ୍ଷାକର୍ମୀଙ୍କ ସହ ଆଲୋକର ପର୍ବ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi celebrates Diwali with security forces
pm modi celebrates Diwali with security forces

ସିମଲା:ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ ଓ ଅଧର୍ମ ଉପରେ ଧର୍ମର ଜୟ ସ୍ବରୁପ ଏହି ପର୍ବକୁ ପାଳନ କରୁଛନ୍ତି ଦେଶବାସୀ । ଆଲୋକର ଏହି ପର୍ବକୁ ନେଇ ସବୁଠି ଉତ୍ସାହ । ଘରେ ଘରେ ଖୁସିର ମହୋଲ । ମିଠା ପିଠାର ଆସର । ଏତେ ବଡ଼ ଉତ୍ସବରେ ଘରଠୁ ଦୂରରେ ରହି ଦେଶକୁ ସୁରକ୍ଷା ଦେଉଛନ୍ତି ସେନା । ସେହି ସାହାସୀ ସେନାଙ୍କ ସହ ଦୀପାବଳି ସେଲିବ୍ରେସନ କରିଛନ୍ତି ପ୍ରଧାନମନ୍ତ୍ରୀ । ହିମାଚଳ ପ୍ରଦେଶର ଲେପାଚ ଗସ୍ତ କରି ସୀମାରେ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ 9 ବର୍ଷ ହେବ ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ମଧ୍ୟ ସୀମା ସୁରକ୍ଷାରେ ଥିବା ସେନାଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ବ ସେଇଠି ହୁଏ ଯେଉଁଠି ପରିବାର ଥାଏ । ମୋ ପାଇଁ ପର୍ବ ସେହିଠି ହୁଏ ଯେଉଁଠି ମୋର ଭାରତୀୟ ସେନା ଅଛନ୍ତି । ଯେଉଁଠି ତୁମେ ସେହିଠି ମୋର ପର୍ବ । 140 କୋଟି ଭାରତୀୟ ତୁମ ପରିବାର । ଦେଶବାସୀ ତୁମ ପାଖରେ ଋଣୀ । ମୋ ପାଇଁ ଯେଉଁଠି ଭାରତୀୟ ସେନା ସେହିଠାରେ ମୋର ପର୍ବ । ପ୍ରଧାନମନ୍ତ୍ରୀ ନଥିବା ପୂର୍ବରୁ ମଧ୍ୟ ମୁଁ ସେନାଙ୍କ ସହ ଦୀପାବଳି ପାଳନ କରିଥାଏ ।

ଲେପଚାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି, ଭାରତୀୟ ଯବାନ ଓ ସୁରକ୍ଷାକର୍ମୀ ସହ ମୋର ଦୀପାବଳି ମିଠା ହୋଇଛି । ଆମ ଯବାନଙ୍କ ପାଖରେ ସର୍ବଦା ସେହି ସାହାସ ଭରି ରହିଛି ଯାହାର ପରାକ୍ରମର ପ୍ରତିମାନ ଗଢିଛନ୍ତି । ଆମ ଯବାନ ସବୁଠୁ ଆଗରେ ରହିଛନ୍ତି । ସୀମାରେ ସେମାନ ଦେଶର ସଶକ୍ତ କାନ୍ଥ ବୋଲି ପ୍ରମାଣ କରିଛନ୍ତି । ସ୍ବାଧୀନତା ପରେ ଅନେକ ଯୁଦ୍ଧର ସାମ୍ନା କରିଥିବା ଆମ ଯୋଦ୍ଧା ଦେଶବାସୀଙ୍କ ଦୃଦୟ ଜିତିଛନ୍ତି । ଶତ୍ରୁଠୁ ବିଜୟ ଛଡାଇ ଆଣିଛନ୍ତି । କୌଣସି କ୍ଷେତ୍ର ନାହିଁ ଯେଉଁଠି ସେମାନେ ଦେଶର ସମ୍ମାନ ବଢାଇ ନାହାନ୍ତି । ସଂଙ୍କଟ ସମୟରେ ଆମ ସେନା ଓ ସୁରକ୍ଷା ବଳ ଦେବଦୂତ ସାଜିଛନ୍ତି । ସଂଗ୍ରାମଠୁ ନେଇ ସୁରକ୍ଷା ଯାଏ ଭାରତୀୟ ସେନା ସବୁଠୁ ଆଗରେ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତୀୟ ଯବାନଙ୍କ ପାଇଁ ଆମେ ଗର୍ବିତ । ଆଜି ଦୁନିଆରେ ଯେଉଁଭଳି ସ୍ଥିତି ରହିଛି ଭାରତଠୁ ଆଶା ବଢି ଚାଲିଛି । ଏପରି ଗୁରୁତ୍ବପୂର୍ଣ୍ଣ ସମୟରେ ଭାରତର ସୀମା ସୁରକ୍ଷିତ ରହୁ ଶାନ୍ତିର ବାତାବରଣ ରହୁ ଏଥିରେ ତୁମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତୁମ ସେବା କାରଣରୁ ଭାରତ ପ୍ରଗତି । ଭଗବାନ ରାମ ଥିବା ସ୍ଥାନ ଅଯୋଧ୍ୟା ଭାବେ ଜଣାଶୁଣା ହେଲେ ମୋ ପାଇଁ ଅଯୋଧ୍ୟା ସିଏ ଯେଉଁଠାରେ ଭାରତୀୟ ସେନା ଅଛନ୍ତି । ଏବେ ଆମ ସକଳ୍ପ ବି ଆମର ସାଧନ ବି ଆମର ଓ ହତିଆର ବି ଆମ ହେବ । ସ୍ବପ୍ନ କେବଳ ସ୍ବପ୍ନ ହେବ ନାହିଁ ସିଦ୍ଧିର ଗାଥା ଲେଖାଯିବ ପରାକ୍ରମ ହିଁ ବିକଳ୍ପ ହେବ । ଗତି ଓ ଗରିମାର ସମ୍ମାନ ହେବ । ପ୍ରଚଣ୍ଡ ବିଜୟ ସହ କୋଣ କୋଣରେ ଭାରତର ଜୟଗାନ ହେବ ।''

ପ୍ରତିବର୍ଷ ପରି ଏଥର ମଧ୍ୟ ସେହି ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ହିମାଚଳ ପ୍ରଦେଶର ଲେପାଚ ଗସ୍ତ କରି ସେନାଙ୍କୁ ମିଠା ଖୁଆଇ ଆଲୋକର ଏହି ପର୍ବକୁ ପାଳନ କରିଛନ୍ତି ମୋଦି । ସୀମାବର୍ତ୍ତୀ ଅଞ୍ଚଳ ଲେପଚାରେ ପ୍ରଧାନମନ୍ତ୍ରୀ ସୁରକ୍ଷାବଳଙ୍କୁ ଭେଟିଛନ୍ତି । ପିଏମ୍‌ ମୋଦି ସେନା ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Diwali 2023: ବାଣ ଫୁଟାଇ ଦୀପାବଳି ପାଳିଲେ ସେନାରେ କାର୍ଯ୍ୟରତ ଯବାନ

କ୍ଷମତାକୁ ଆସିବା ପରେ 2014ଠୁ ପ୍ରଧାନମନ୍ତ୍ରୀ ଏଠାକୁ ଆସି ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି । ଚଳିତ ବର୍ଷ ନବମ ଥର ପାଇଁ ସେନାଙ୍କ ସହ ଦୀପାବଳି ପାଳନ କରିଛନ୍ତି । 2014ରେ ପ୍ରଧାନମନ୍ତ୍ରୀ ହେବା ପରେ ଦୀପାବଳି ଅବସରରେ ସିୟାଚିନରେ ମୁତୟନ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଏହା ଦୁନିଆର ସବୁଠୁ ଉଚ୍ଚ ରଣକ୍ଷେତ୍ର । ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ସେନାଙ୍କ ସେନାଙ୍କ ମନୋବଳ ବଢାଇଥାଏ ।

2015ରେ କାର୍ଗିଲ ଯୁଦ୍ଧ ଭୂମିରେ ମୁତୟନ ସେନାଙ୍କ ସହ ଦୀପାବଳି ସେଲିବ୍ରେସନ କରିଥିଲେ ପ୍ରଧାନମନ୍ତ୍ରୀ । କାର୍ଗିଲ ଯୁଦ୍ଧରେ ଭାରତର ବିଜୟର ଏକ ଐତିହାକସିକ ସ୍ଥାନ । 2016ରେ ପ୍ରଧାନମନ୍ତ୍ରୀ ଲଦାଖରେ ମୁତୟନ ସେନାଙ୍କ ସହ ଦୀପାବଳି ପାଳନ କରିଥିଲେ । ଗତବର୍ଷ କାର୍ଗିଲ୍‌ରେ ସେନାଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ । ସଶସ୍ତ୍ରବାହିନୀ ସହିତ ଆଲୋକର ପର୍ବ ପାଳନ କରି ସେମାନଙ୍କ ତ୍ୟାଗ୍‌ ଓ ବଳିଦାନକୁ ସମ୍ମାନ ଦେଇଛନ୍ତି ପିଏମ୍‌ ମୋଦି ।

Last Updated : Nov 12, 2023, 2:28 PM IST

ABOUT THE AUTHOR

...view details